କିସ୍‌ ପରିଦର୍ଶନ କଲେ ସାନ୍ତାଳ ଝାଡଖଣ୍ଡର ବିଶ୍ୱବିଦ୍ୟାଳୟର ଏକ ପ୍ରତିନଧିମଣ୍ଡଳ

ଭୁବନେଶ୍ବର(କେନ୍ୟୁଜ୍): ଝାଡଖଣ୍ଡର ପ୍ରସ୍ତାବିତ ଜନଜାତି ବିଶ୍ୱବିଦ୍ୟାଳୟ ସାନ୍ତାଳ ବିଶ୍ୱବିଦ୍ୟାଳୟର ଏକ ପ୍ରତିନଧିମଣ୍ଡଳ କିସ୍‌ ପରିଦର୍ଶନ କରିଛନ୍ତି । ଏହାର ପ୍ରତିଷ୍ଠାତା ସୂର୍ଯ୍ୟ ସିଂ ବେସ୍ରାଙ୍କ ନେତୃତ୍ୱରେ ଆସିଥିବା ୧୫ ଜଣିଆ ପ୍ରତିନିଧି ମଣ୍ଡଳ କିସ୍‌ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିବା ସହ କିସ୍‌ର ବିଭିନ୍ନ ବିଭାଗ ବୁଲି ଦେଖିଥିଲେ । କିସ୍‌ ବିଶ୍ୱବିଦ୍ୟାଳୟ ଢାଞ୍ଚାରେ ଏହି ସାନ୍ତାଳ ବିଶ୍ୱବିଦ୍ୟାଳୟକୁ ଗଢିବା ଲକ୍ଷ୍ୟ ନେଇ ଆଜି ସେମାନେ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ସାକ୍ଷାତ କରିଥିଲେ । କିସ୍‌ ବିଶ୍ୱବିଦ୍ୟାଳୟ ମଡେଲ ନେଇ ପ୍ରତିଷ୍ଠାତା ଡ. ସାମାନ୍ତଙ୍କ ସହ ଆଲୋଚନା କରିଥିଲେ । ସେମାନେ କିସ୍‌ ମଡେଲର ଭୂୟସୀ ପ୍ରଶଂସା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.