କିଏ ପିନ୍ଧିବ ଝାରସୁଗୁଡ଼ା ମୁକୁଟ ? ଆଜି ଆସିବ ଫଳାଫଳ, ସକାଳ ୮ରୁ ଭୋଟ ଗଣତି

କିଏ ଜିତିବ ଝାରସୁଗୁଡ଼ା ବାଜି ? କାହା ମୁଣ୍ଡରେ ସୁନାକଳସ ଢାଳିଛନ୍ତି ଝାରୁସୁଗୁଡ଼ାବାସୀ ? କିଏ ପିନ୍ଧିବ ଝାରସୁଗୁଡ଼ା ମୁକୁଟ ? ଇଭିଏମରେ ସିଲ୍ ପ୍ରାର୍ଥୀଙ୍କ ଭାଗ୍ୟ । ଆଜି ଆସିବ ଫଳାଫଳ ।

ଝାରସୁଗୁଡ଼ା (କେନ୍ୟୁଜ): ଝାରସୁଗୁଡ଼ା ବାଜି କିଏ ମାରିବ ? କାହାକୁ ଦେଖିବାକୁ ପଡ଼ିବ ପରାଜୟର ମୁହଁ ? ଆଜି ଖୋଲିବ ୯ ପ୍ରାର୍ଥୀଙ୍କ ଭାଗ୍ୟ ପେଡ଼ି । ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି । ପ୍ରଥମେ ପୋଷ୍ଟାଲ ବାଲଟ୍‌ ଗଣନା କରାଯିବ । ୧୪ ଟି ଟେବୁଲରେ ୧୮ଟି ରାଉଣ୍ଡରେ କରାଯିବ କାଉଣ୍ଟିଂ । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ଭୋଟ ଗଣତି ହେବ । ଅପରାହ୍ଣ ୪ଟାରୁ ୬ଟା ମଧ୍ୟରେ ଫଳାଫଳ ସ୍ପଷ୍ଟ ହେବ । ଝାରସୁଗୁଡ଼ା ବଢ଼େଇମୁଣ୍ଡା ଇଂଜିନିୟରିଂ ସ୍କୁଲ ସ୍ଥିତ ଷ୍ଟ୍ରଙ୍ଗ୍‌ ରୁମ୍‌ରେ କଡ଼ା ସୁରକ୍ଷାରେ ଇଭିଏମ ରଖାଯାଇଛି ।

ଝାରସୁଗୁଡ଼ାର ପ୍ରମୁଖ ଯୋଦ୍ଧା ଥିଲେ ବିଜେଡିରୁ ନବ ଦାସଙ୍କ ଝିଅ ଦୀପାଳି ଦାସ, ବିଜେପିରୁ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସରୁ ତରୁଣ ପାଣ୍ଡେ। ତିନି ଯୁବ ନେତା । ଯିଏ ବି ଜିତିବ ପ୍ରଥମ ଥର ବିଧାୟକ ହେବେ। ଏଥର ଝାରସୁଗୁଡ଼ା ଉପନିର୍ବାଚନରେ ୭୯.୨୧% ଭୋଟିଂ ହୋଇଥିଲା। ୨୦୧୯ଠାରୁ ସାମାନ୍ୟ ଅଧିକ। ୨୦୧୯ରେ ୭୮.୯୨% ଭୋଟିଂ ହୋଇଥିଲା ।

ଝାରସୁଗୁଡ଼ା ଉପନିର୍ବାଚନ ୨୦୧୯ ପରଠାରୁ ରାଜ୍ୟରେ ଅଷ୍ଟମ ଉପନିର୍ବାଚନ । ୨୦୧୯ ପରଠାରୁ ବରଗଡ଼ ଲୋକସଭା କ୍ଷେତ୍ରରେ ଚତୁର୍ଥ ଉପନିର୍ବାଚନ ହେଉଛି । ପୂର୍ବ ୭ଟି ଉପନିର୍ବାଚନ ମଧ୍ୟରୁ ୬ଟିରେ ଜିତିଛି ବିଜେଡି। ବିଜେପୁର, ବାଲେଶ୍ୱର, ତିର୍ତ୍ତୋଲ, ପିପିଲି, ବ୍ରଜରାଜନଗର ଓ ପଦ୍ମପୁରରେ ସଫଳତା ପାଇଥିଲା ବିଜେଡି । ଉପନିର୍ବାଚନରେ ବିଜେପିକୁ ଗୋଟିଏ କ୍ଷେତ୍ର ଧାମନଗରରେ ସଫଳତା ମିଳିଥିଲା । ସବୁ ଉପନିର୍ବାଚନରେ କଂଗ୍ରେସ ହାରିଛି । ବ୍ରଜରାଜନଗର ଓ ତିର୍ତ୍ତୋଲକୁ ଛାଡି ଦେଲେ ଅନ୍ୟ ସବୁଠି ଅମାନତ ହରାଇଥିଲେ କଂଗ୍ରେସ ପ୍ରାର୍ଥୀ । ଏଥର କଣ ହେବ । ଟ୍ରେଣ୍ଡ ବଦଳି ବ କି । ନବ ଦାସଙ୍କ ଝିଅ ବାପାଙ୍କ ଲିଗାସୀକୁ ଆଗକୁ ବଢାଇ ବଡ଼ ମାର୍ଜିନରେ ଜିତିବେ ନା ଟଙ୍କଧର ସଫଳ ହେବ । କଂଗ୍ରେସ ନିଜ ପରାଜୟ ଧାରାକୁ ରୋକି ପାରିବ କି । ତା ଉପରେ ରହିଛି ରାଜ୍ୟବାସୀଙ୍କ ନଜର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.