ତତଲା ତାୱାରେ ଭାଜି ହେଉଛି ପୂରା ଓଡ଼ିଶା : ଦିନ ୧୧ଟା ୩୦ ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ଝାରସୁଗୁଡା

ତାତିରୁ ମିଳୁନି ନିସ୍ତାର। ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଏଠାରେ ତାପମାତ୍ରା ୪୦.୬ ଡିଗ୍ରୀ ରେକର୍ଡ କରାଯାଇଛି। ସମ୍ବଲପୁରରେ ୪୦.୪, ହୀରାକୁଦ ୩୯.୪, ଚାନ୍ଦବାଲି, ୩୭.୮ ଓ ଭୁବନେଶ୍ୱରରେ ତାପମାତ୍ରା ୩୬.୨ ଡିଗ୍ରୀ ରେକର୍ଡ କରାଯାଇଛି।

ଭୁବନେଶ୍ୱର (କେନ୍ୟୁଜ): ତତଲା ତାୱାରେ ଭାଜି ହେଉଛି ପୂରା ଓଡ଼ିଶା । ତାତିରୁ ମିଳୁନି ନିସ୍ତାର। ଗୁଳୁଗୁଳିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ । ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଏଠାରେ ତାପମାତ୍ରା ୪୦.୬ ଡିଗ୍ରୀ ରେକର୍ଡ କରାଯାଇଛି। ସମ୍ବଲପୁରରେ ୪୦.୪, ହୀରାକୁଦ ୩୯.୪, ଚାନ୍ଦବାଲି, ୩୭.୮ ଓ ଭୁବନେଶ୍ୱରରେ ତାପମାତ୍ରା ୩୬.୨ ଡିଗ୍ରୀ ରେକର୍ଡ କରାଯାଇଛି।

ଉପକୂଳ ଓଡ଼ିଶାରେ ଖରା ସହିତ ହନ୍ତସନ୍ତ କରୁଛି ଗୁଳୁଗୁଳି। ପିକ୍‌ ଆୱାର ସମୟରେ ଘରୁ ନବାହାରବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର। ସେପଟେ କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେଉଥିଲେ ମଧ୍ୟ ତାତିରୁ ନିସ୍ତାର ମିଳୁନି। ଦିନରେ ତାତି ସହିତ ଅପରାହ୍ନରେ ଘଡ଼ଘଡ଼ି ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ।