ସମସ୍ତଙ୍କ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରି ଖୋଲା ନଥାଏ, ଏହାକୁ ଖୋଲା କରିବାକୁ ପଡିଥାଏ: ଶେହନାଜ୍ ଗିଲ୍

ହିନ୍ଦୀ ସିନେମାରେ କାମ କରିବା ପୂର୍ବରୁ ଶେହନାଜ ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିଥିଲେ ଏବଂ ତାଙ୍କର ଅନେକ ମ୍ୟୁଜିକ୍ ଭିଡିଓ ରହିଛି। ଯେଉଁଥିରେ ସେ ଲୋକପ୍ରିୟତା ହାସଲ କରିଥିଲେ। ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ପାଦ ଦେଉଥିବାବେଳେ ସେ ହୃଦୟଙ୍ଗମ କରିଛନ୍ତି ଯେ ସମସ୍ତଙ୍କ ପାଇଁ ଏହି ଇଣ୍ଡଷ୍ଟ୍ରି ଖୋଲା ନାହିଁ ଏଥିରେ ନିଜ ପାଇଁ ଏକ ସ୍ଥାନ ସୃଷ୍ଟି କରିବାକୁ ପଡିଥାଏ ।

ମୁମ୍ବାଇ: ଏବେ କିଛି ନା କିଛି କାରଣ ଯୋଗୁ ପ୍ରାୟତଃ ଚର୍ଚ୍ଚାରେ ରହୁଛନ୍ତି ପଞ୍ଜାବର କ୍ୟାଟ୍ରିନା କୈଫ୍‌ ତଥା ସୋସିଆଲ ମିଡିଆ ସେନ୍ସସେସନ୍, ଶେହନାଜ୍ ଗିଲ୍ । ଯିଏକି ସଲମାନ ଖାନଙ୍କ ସହ କିସି କା ଭାଇ କିସି କି ଜାନରେ ବଲିଉଡରେ ଡେବ୍ୟୁ କରିବା ପରେ ଅଭିନୟ ଶିଖିବା ପାଇଁ କ୍ଳାସ୍ ନେବାରେ ବ୍ୟସ୍ତ ଅଛନ୍ତି । ହିନ୍ଦୀ ସିନେମାକୁ ଯିବା ପୂର୍ବରୁ ଶେହନାଜ ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିଥିଲେ ଏବଂ ତାଙ୍କର ଅନେକ ମ୍ୟୁଜିକ୍ ଭିଡିଓ ରହିଛି। ଯେଉଁଥିରେ ସେ ଲୋକପ୍ରିୟତା ହାସଲ କରିଥିଲେ। ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ପାଦ ଦେଉଥିବାବେଳେ ସେ ହୃଦୟଙ୍ଗମ କରିଛନ୍ତି ଯେ ସମସ୍ତଙ୍କ ପାଇଁ ଏହି ଇଣ୍ଡଷ୍ଟ୍ରି ଖୋଲା ନାହିଁ ଏଥିରେ ନିଜ ପାଇଁ ଏକ ସ୍ଥାନ ସୃଷ୍ଟି କରିବାକୁ ପଡିଥାଏ।

ଏକ ସାକ୍ଷାତକାରରେ ଶେହନାଜ ସେୟାର କରିଛନ୍ତି ଯେ ତାଙ୍କ ପାଇଁ ଏହା ସହଜ ନଥିଲା ଏବଂ ସେ ଯାହା ହାସଲ କରିଛନ୍ତି ତାହା ତାଙ୍କ କଠିନ ପରିଶ୍ରମ ଦ୍ବାରା ସମ୍ଭବ ହୋଇଛି । ଏହା ସହ ସେ କହିଛନ୍ତି,ଇଣ୍ଡଷ୍ଟ୍ରି ଖୋଲା ନଥାଏ ଏହାକୁ ଖୋଲା କରିକୁ ପଡିଥାଏ। ତୁମକୁ ନିଜେ କାମ କରିବାକୁ ପଡିବ। ନିଜକୁ ନିଜ ହିଁ ପରିବର୍ତ୍ତନ କରିବାକୁ ପଡିବ। ମୋ ପାଇଁ କିଛି କି ଖୋଲା ନଥିଲା। ମୁଁ ଯାହାବି କରୁଛୁ ମୋ ପରିଶ୍ରମରେ କରୁଛି।

ଟିଭି ରିଆଲିଟି ସୋ, ବିଗ୍ ବସ୍ ର ୧୩ ତମ ସିଜନରେ ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରିବା ପରେ ଶେହାନାଜ୍ ଘରେ ଘରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସ୍ରୁଷ୍ଟି କରିଥିଲେ। ଏହା ପରେ ସେ କିଛି ମ୍ୟୁଜିକ୍ ଭିଡିଓରେ ଏବଂ ପଞ୍ଜାବୀ ଚଳଚ୍ଚିତ୍ର ହୋନ୍ସଲା ରଖ୍ ରେ ଅଭିନୟ କରିଥିଲେ। ଯେଉଁଥିରେ ଦିଲଜିତ ଦୋସାଞ୍ଜ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

gill
image credit:indianexpress

ଯୁବ ତାରକା ମାନେ ବିଶ୍ବାସ କରନ୍ତି ଯେ ଦର୍ଶକଙ୍କ ମଧ୍ୟରେ ନିଜକୁ ପ୍ରାସଙ୍ଗିକ ରଖିବା ପାଇଁ ନିଜକୁ ନିଜ କାମ କରିବାକୁ ଉତ୍ସାହିତ କରିବା ଆବଶ୍ୟକ। ତାଙ୍କ ପ୍ରଶଂସକମାନେ ତାଙ୍କୁ ନେଇ ବୋର୍ ହୁଅନ୍ତୁ ବୋଲି ଶେହନାଜ ଚାହୁଁ ନାହାଁନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, “ଯଦି ତୁମେ ନିଜକୁ ସେହିଭଳି ଉପସ୍ଥାପନ କରିବ ଏବଂ ତୁମର ଦର୍ଶକଙ୍କୁ କିଛି ନୂଆ ନୂଆ ଅଭିନୟ ଭେଟି ଦେବ ତେବେ ସେମାନେ ବୋର୍ ହେବେନାହିଁ । ଏହାସହ କହିଛନ୍ତି ଆମେ ଜନପ୍ରତିନିଧି ଏବଂ ଯଦି ଆମେ ଦର୍ଶକଙ୍କୁ ବିଭିନ୍ନ ପ୍ରକାରର ଅଫର୍ କରୁନାହୁଁ, ସେମାନେ ଆମଠାରୁ ବୋର୍ ହୋଇଯିବେ । ”

ଏହା ପ୍ରଥମ ଥର ନୁହେଁ ଯେ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜକୁ ପରିବର୍ତ୍ତନ କରିବା କଥା ଶେହନାଜ କହିଛନ୍ତି। ତାଙ୍କର ପୂର୍ବ ୟୁଟ୍ୟୁବ୍ ଲାଇଭ୍ ଭିଡିଓ ଗୁଡିକରେ ସେ ଆହୁରି ମଧ୍ୟ ସେୟାର କରିଥିଲେ ଯେ ସେ ଓଜନ ହ୍ରାସ କରିଛନ୍ତି କାରଣ ଏଣ୍ଟରଟେଣ୍ଟମେଣ୍ଟ ଇଣ୍ଡଷ୍ଟ୍ରି କେବଳ ପତଳା ଝିଅମାନଙ୍କୁ ପସନ୍ଦ କରେ। ତେବେ ଯାହା ସୂଚନା ମିଳିଛି, ଶାହନାଜ ଗିଲଙ୍କୁ ରିୟା କପୁରଙ୍କ ଫିଲ୍ମରେ ଦେଖିବାକୁ ମିଳିବ , ଯେଉଁଥିରେ ଅନିଲ କପୁର ଏବଂ ଭୂମି ପେଡନେକର ମଧ୍ୟ ଅଭିନୟ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.