ବଜାରକୁ ଆସୁଛି ୫ଟି ଶସ୍ତା ସ୍ମାର୍ଟଫୋନ, ରହିଛି ଭଲ ଫିଚର

ଆପଣ ଏକ ନୂଆ ସ୍ମାର୍ଟଫୋନ କିଣିବାକୁ ଯୋଜନା କରୁଛନ୍ତି । ଏହା ଆପଣଙ୍କ ପାଇଁ ସଠିକ ସମୟ ହୋଇପାରେ । ଭଲ ଫିଚର ଓ ଭଲ ବ୍ରାଣ୍ଡର ସ୍ମାର୍ଟଫୋନ କିଣିବାକୁ ଚାହୁଁଥିବେ ନିଶ୍ଚୟ । ବଜାରରେ ଆସିବାକୁ ଥିବା କିଛି ସ୍ମାର୍ଟଫୋନ ବାବଦରେ ସୂଚନା ଦେବୁ । ଫଳରେ ଆପଣ ମନପସନ୍ଦର ସ୍ମାର୍ଟଫୋନ କିଣି ପାରିବେ ।

କେନ୍ୟୁଜ୍‌(ବ୍ୟୁରୋ): ବିଶ୍ୱ ସ୍ମାର୍ଟଫୋନ ବଜାରକୁ ଏଇ ମାସରେ ଆସୁଛି ଗୋଟିଏ ପରେ ଗୋଟିଏ ସ୍ମାର୍ଟଫୋନ । ଯଦି ଆପଣ ଏକ ନୂଆ ସ୍ମାର୍ଟଫୋନ କିଣିବାକୁ ଯୋଜନା କରୁଛନ୍ତି । ଏହା ଆପଣଙ୍କ ପାଇଁ ସଠିକ ସମୟ ହୋଇପାରେ । ଆପଣ ଏକ ଭଲ ଫିଚର ଓ ଭଲ ବ୍ରାଣ୍ଡର ସ୍ମାର୍ଟଫୋନ କିଣିବାକୁ ଚାହୁଁଥିବେ ନିଶ୍ଚୟ । ଏହାସୟ ଆପଣ ଏହି ସ୍ମାର୍ଟଫୋନକୁ କମ ଦାମରେ ପାଇବାର ଆଶା ମଧ୍ୟ ରଖିଥିବେ । ଅର୍ଥାତ କମ ଦାମରେ ମିଳୁଥିବ କିନ୍ତୁ ଭଲ ବ୍ରାଣ୍ଡ ଓ ଭଲ ଫିଚର ଥିବା ସ୍ମାର୍ଟଫୋନ ଆପଣ ଖୋଜୁଛନ୍ତି । କିନ୍ତୁ ଆପଣ ଜାଣିପାରୁ ନାହାଁନ୍ତି ଆପଣ କେଉଁ ସ୍ମାର୍ଟଫୋନଟି କିଣିବେ । ବା ଆପଣ ଦ୍ୱନ୍ଦରେ ପଡ଼ି ଯାଉଛନ୍ତି । ଆପଣଙ୍କ ନିଷ୍ପତି ନେବାରେ ଆମେ କିନ୍ତୁ ଆପଣଙ୍କୁ ଟିକିଏ ସାହାଯ୍ୟ କରିପାରିବୁ । ଆମେ ଆପଣଙ୍କୁ ଆଗକୁ ବଜାରରେ ଆସିବାକୁ ଥିବା କିଛି ସ୍ମାର୍ଟଫୋନ ବାବଦରେ ସୂଚନା ଦେବୁ । ଫଳରେ ଏଥିରେ ଆପଣ ଆପଣଙ୍କ ପସନ୍ଦର ସ୍ମାର୍ଟଫୋନକୁ ବାଛି ପାରିବେ ।

ଆଗକୁ ଆସିବାକୁ ଥିବା ସ୍ମାର୍ଟଫୋନ ଭିତରେ ପ୍ରାୟ ମିଡ-ରେଞ୍ଜ ଓ ବଜେଟ ସ୍ମାର୍ଟଫୋନ ରହିଛି । ତେବେ ଆସନ୍ତୁ ଏହାର ସ୍ପେସିଫିକେସନ, ଏହାର ବଜାର ଦର ଓ ରିଲିଜ ତାରିଖ ଉପରେ ନଜର ପକାଇବା ।

Narzo N53
ଏହି ସ୍ମାର୍ଟଫୋନର ଆନୁମାନିକ ବଜାର ମୂଲ୍ୟ ରହିଛି ୯ ହଜାର ୯୯୦ । ଏହି ଫୋନ ମେ ୧୮ ତାରିଖ ଅର୍ଥାତ ଆଜିଠୁ ବଜାରରେ ଉପଲବ୍ଧ ହେବାକୁ ଯାଉଛି । ଏହାର ସ୍ପେସିଫିକେନ ଉପରେ ନଜର ପକାଇଲେ ଏଥିରେ 90Hz ରିଫ୍ରେସ ରେଟ ସହ 6.72 ଇଞ୍ଚର ଆଇପିଏସ ଏଲସିଡି ଡିସପ୍ଲେ ରହିଛି । ସେହିପରି ଏଥିରେ ଏକ ଡୁଆଲ ସେଟ-ଅପ କ୍ୟାମେରା ପାଇପାରିବେ । ଏଥିରେ 50 ମେଗାପିକ୍ସେଲ ମେନ କ୍ୟାମେରା ସହ 2 ମେଗାପିକ୍ସେଲ କ୍ୟାମେରା ରହିଛି । ଏହାସହ 8 ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା ରହିଛି । ସେହିପରି ଏହି ସ୍ମାର୍ଟଫୋନରେ 4ଜିବିRAM ସହ 64ଜିବି ଷ୍ଟୋରେଜ ରହିଛି । ଏଥିରେ ରିଏଲମି ୟୁଆଇ ସହ ଆଣ୍ଡ୍ରଏଡ 13 ଅପରେଟିଂ ସିଷ୍ଟମ ବ୍ୟବହାର ହୋଇଛି ।

Redmi A2
ଏହି ସ୍ମାର୍ଟଫୋନର ଆନୁମାନିକ ବଜାର ମୂଲ୍ୟ ରହିଛି ୮ ହଜାର ୯୯୯ ଟଙ୍କା । ଏହି ଫୋନ ଆସନ୍ତାକାଲି ବଜାରରେ ଲଞ୍ଚ ହେବ । ଏଥିରେ 6.52 ଇଞ୍ଚର ଆଇପିଏସ ଏଲସିଡି ଡିସପ୍ଲେ ରହିଛି । ଏହାସହ ଏହି ଫୋନରେ ଡୁଆଲ ସେଟଅପ କ୍ୟାମେରା ଫିଚର ମିଳିବ । ଏଥିରେ 0.08 ମେଗାପିକ୍ସେଲ କ୍ୟାମେରା ସହ 8 ମେଗାପିକ୍ସେଲ ମେନ କ୍ୟାମେରା ମିଳିବ । ଏହାସହ 5 ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ରହିଛି । ସେହିପରି ଏହି ଫୋନରେ 2ଜିବିRAM ସହ 32 ଜିବି ଷ୍ଟୋରେଜ ମିଳିବ । ଆଣ୍ଡ୍ରଏଡ ଗୋ ସହ ଆଣ୍ଡ୍ରଏଡ 12 ଅପରେଟିଂ ସିଷ୍ଟମ ସହ ଏହି ଫୋନ ଚାଲିବ । ଏହି ସମାନ ଫିଚର ସହ ବଜାରକୁ Redmi A2 + ଆସିବାକୁ ଯାଉଛି ।

Samsung Galaxy F54
ଏହି ଫୋନର ଆନୁମାନିକ ବଜାର ମୂଲ୍ୟ ରହିଛି ୨୪ ହଜାର ୯୯୦ ଟଙ୍କା । ଏହାସହ ଏହା ଆସନ୍ତାକାଲି ବଜାରରେ ଉପଲବ୍ଧ ହେବାକୁ ଯାଉଛି । 120Hz ରିଫ୍ରେସ ରେଟ ସହ 6.7 ଇଞ୍ଚର ସୁପର ଏଏମଓଏଲଇଡି ଡିସପ୍ଲେ ଏହି ଫୋନରେ ଆପଣ ପାଇ ପାରିବେ । ଏଥିରେ ଆପଣଙ୍କୁ ଟ୍ରିପଲ କ୍ୟାମେରା ସେଟଅଫ ଦେଖିବାକୁ ମିଳିବ । ଯେଉଁଥିରେ ଆପଣଙ୍କୁ 108 ମେଗାପିକ୍ସେଲ, 8 ମେଗାପିକ୍ସେଲ ଓ 2 ମେଗାପିକ୍ସେଲ ରିଅର କ୍ୟାମେରା ମିଳିବ । ଏହାସହ ୩୨ ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା ପାଇ ପାରିବେ । ଏହି ଫୋନ ସାମସଙ୍ଗ ଏକ୍ସିନୋସ 1380ସହ ଆଣ୍ଡ୍ରଏଡ 13 ଅପରେଟିଂ ସିଷ୍ଟମରେ ଚାଲିବ ।

Motorola Edge 40
ଏହି ସ୍ମାର୍ଟଫୋନର ଆନୁମାନିକ ବଜାର ମୂଲ୍ୟ ରହିଛି ୨୪ ହଜାର ୯୯୦ । ଏହି ଫୋନ ମଧ୍ୟ ଆସନ୍ତାକାଲି ବଜାରରେ ଉପଲବ୍ଧ ହେବ । ଏଥିରେ 144Hz ରିଫ୍ରେସ ରେଟ ସହ 6.55 ଇଞ୍ଚର ପି-ଓଏଲଇଡି ଡିସପ୍ଲେ ରହିଛି । ଏଥିରେ ୫୦ ମେଗାପିକ୍ସେଲ ଓ ୧୩ ମେଗାପିକ୍ସେଲ ରିଅର କ୍ୟାମେରା ମିଳିବ । ଏହାସହ ୩୨ ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା ରହିଛି । ସେହିପରି ଏହି ଫୋନ 8ଜିବିRAM ସହ 128ଜିବି ଓ 256ଜିବି ଷ୍ଟୋରେଜ ଭାରିଆଣ୍ଟରେ ବଜାରରେ ଉପଲବ୍ଧ ହେବ ।Mali-G77 MC9 ସହ ଆଣ୍ଟ୍ରଏଡ 13 ଅପରେଟିଂ ସିଷ୍ଟମ ରେ ଏହି ଫୋନ ଅପରେଟ ହେବ । ତେବେ ଆପଣଙ୍କ ବଜେଟ ଓ ପସନ୍ଦ ଅନୁସାରେ ଫୋନ ଆପଣଙ୍କ ଘରକୁ ନେଇ ଆସନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.