ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା OMVD ଏଏସ୍ଆଇ, ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢାଉ

ଝାରସୁଗୁଡ଼ା(କେନ୍ଯୁଜ୍): ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା OMVD ଏଏସ୍ଆଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହରେକୃଷ୍ଣ ନାୟକଙ୍କ ଘର ସମେତ ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢାଉ। କଟକ, ପୁରୀ, ଝାରସୁଗୁଡ଼ା ଓ ଗଞ୍ଜାମରେ ଚାଲିଛି ରେଡ୍। ଝାରସୁଗୁଡ଼ା କଟକ ଫ୍ରେଣ୍ଡସ୍ କଲୋନୀରେ ଦୁଇ ମହଲା ବିଲ୍ଡିଂ ଓ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ରାମନଗରରେ ଅଛି ଦୁଇ ମହଲା ଘର।
ଯାଞ୍ଚ ବେଳେ ଘରୁ ୪ ଲକ୍ଷ ୪୬ ହଜାର ଟଙ୍କା ମିଳିଛି। ରେଡ୍ରେ ୩ DSPଙ୍କ ସହ ୧୦ ଇନିସପେକ୍ଟର ଓ ଅନ୍ୟ ଭିଜିଲାନ୍ସ କର୍ମଚାରୀ ସାମିଲ ଅଛନ୍ତି।