ଦଶରଥପୁର ଛାତ୍ର ବିଜେଡ଼ିର ବଡ଼ଧରଣର ମିଶ୍ରଣ ପର୍ବ, ଦଳରେ ସାମିଲ ହେଲେ ଶତାଧିକ ବିଜେପି ଯୁବ ଓ ଛାତ୍ର ସମର୍ଥକ

ଯାଜପୁର ଟାଉନ: ଏବେ ଶୋଷଣ ନୁହେଁ ଭାଷଣ ବିରୁଦ୍ଧରେ ଆମକୁ ଲଢ଼ିବାକୁ ହେବ । ଏହି ଲଢ଼େଇରେ ଯୁବ ଓ ଛାତ୍ରମାନେ ଅଗ୍ରଣୀ ଭୂମିକା ନେବା ଆବଶ୍ୟକ । ଭାଷଣ ବାଜି ଚଳିବ ନାହିଁ, ଓଡ଼ିଶାକୁ ତାର ହକ୍ ଦେବାକୁ ପଡ଼ିବ । ଦଶରଥପୁର ଛାତ୍ର ବିଜେଡ଼ି ତରଫରୁ ରବିବାର ଅନୁଷ୍ଠିତ ହୋଇଛି ଏକ ବଡ଼ ଧରଣର ମିଶ୍ରଣ ପର୍ବ । କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ ଯାଜପୁର ବିଧାୟକ ତଥା ବିଜେଡ଼ିର ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ।

ଦଶରଥପୁର ଠାରେ ଅନୁଷ୍ଠିତ ହୋଇଥିବା ଏହି ମିଶ୍ରଣ ପର୍ବରେ ଶତାଧିକ ବିଜେପି ଯୁବ ଓ ଛାତ୍ର ସମର୍ଥକ ନବୀନ ପଟନାୟକଙ୍କ ଲୋକପ୍ରିୟତା ଓ ବିଧାୟକ ଶ୍ରୀ ଦାସଙ୍କ କାର୍ଯ୍ୟ ଦକ୍ଷତା ଉପରେ ବିଶ୍ୱାସ ରଖି ବିଜେଡ଼ିରେ ସାମିଲ ହୋଇଥିଲେ । ବ୍ଲକ୍ ଛାତ୍ର ବିଜେଡ଼ିର ସଭାପତି ଚିନ୍ମୟ କୁମାର ମାହୁନ୍ତଙ୍କ ସଭାପତତ୍ୱରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ଜିଲ୍ଳା ବିଜେଡ଼ି ସଭାପତି ତଥା ଜିଲ୍ଳା ପରିଷଦ ସଭ୍ୟ ସରୋଜ କୁମାର ମହାପାତ୍ର, ବରିଷ୍ଠ ବିଜେଡ଼ି ନେତା କର୍ଣ୍ଣାଟ କେଶରୀ ଦାସ, ପୂର୍ବତନ ପୈାରପାଳ ଭବ ପ୍ରସାଦ ଦାସ, ୭ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ମାମିନା ମଲ୍ଳିକ, ବ୍ଲକ୍ ଯୁବ ବିଜେଡ଼ି ସଭାପତି ମନିସ ସାହୁ, ଦଶରଥପୁର ସମିତି ସଭ୍ୟ ମହେଶ୍ୱର ସାହୁ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।

ବିଜେପିର ମଣ୍ଡଳ ଛାତ୍ର ସଭାପତି ସୁଶାନ୍ତ ସାହୁଙ୍କ ନେତ୍ୱତ୍ୱରେ ସୁଶାନ୍ତ ବେହେରା, ଜୟଦେବ ନାଥ, ସୁଧିର କୁମାର ଦାସ, ଶିବାନନ୍ଦ ନାଥ, ଭାଗବତ ବେହେରା, ପୂର୍ଣ୍ଣଚନ୍ଦ୍ର ବେହେରା, ଅମିତ କୁମାର ସାହୁଙ୍କ ସମେତ ଶତାଧିକ ବିଜେପି କର୍ମୀ ଦଳ ଛାଡ଼ି ବିଜେଡ଼ିରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.