ସାବଧାନ ! ଫେସ୍‌ବୁକ୍‌ରେ ସୁନ୍ଦରୀଙ୍କ ସହ କରୁଛନ୍ତି କି ଚାଟିଂ, ଫସିଯିବେ ଏମିତି

ମାଛିଓ୍ଵାଡା ସାହିବ :  ଲୋକଙ୍କୁ ଠକିବା ପାଇଁ ଠକମାନେ ଏବେ ବିଭିନ୍ନ କୌଶଳ ଜାରି ରଖିଛନ୍ତି । ଠକିବା ପାଇଁ ଏବେ ନୂଆ ମାଧ୍ୟମ ସାଜିଛି ଫେସ୍‌ବୁକ୍‌ । ଏଥିରେ ବିଶେଷକରି ଯୁବକମାନଙ୍କୁ ଫସାଯାଉଛି । ଫେକ୍‌ ଆଇଡି ଓ ସୁନ୍ଦରୀ ଝିଅଙ୍କ ଫଟୋ ଲଗାଇ ଫେସ୍‌ବୁକ୍‌ରେ ପଠାଉଛନ୍ତି ଫ୍ରେଣ୍ଡ ରିକ୍ୱେଷ୍ଟ। ଯଦି ଆପଣ ଆସେପ୍ଟ କଲେ ତେବେ ଫସିଲେ ।

ସୂଚନାନୁଯାୟୀ ଫେସ୍‌ବୁକ୍‌ରେ ଝିଅଙ୍କ ନାମରେ ଫେକ୍‌ ଆଇଡି ତିଆରି କରାଯାଉଛି । ସେଥିରେ ସୁନ୍ଦରୀ ଝିଅଙ୍କ ଫଟୋ ଲଗାଯାଉଛି । ଯୁବକମାନଙ୍କୁ ଫେସ୍‌ବୁକ୍‌ରେ ଫ୍ରେଣ୍ଡ୍‌ ରିକ୍ୱେଷ୍ଟ ପଠାଯାଉଛି । ଯଦି ଆପଣ ଏହାକୁ ଆସେପ୍ଟ କରିଦେଲେ । ତା’ପରେ ଚାଲିବ ଚାଟିଂ । ପ୍ରଥମେ ଭଲ, ତା’ପରେ ପ୍ରେମ ଓ ତା’ପରେ ସେକ୍ସ ଚାଟିଂ । ଏହାପରେ ଆପଣଙ୍କ ମୋବାଇଲ୍‌ ନମ୍ବର ଦିଆନିଆ ।

ଏବେ ହ୍ଵାଟ୍ସଆପ୍‌ରେ ଭିଡିଓ କଲିଂ କରି ଆପଣଙ୍କୁ ଝିଅ ସ୍ଥାନରେ ରେକଡିଂ ହୋଇଥିବା ଝିଅଙ୍କ ଅଶ୍ଳୀଳ ଭିଡିଓ ଦେଖାଇବେ । କିଛି ଯୁବକ ସେପଟର ଅଶ୍ଳୀଳ ରେକଡିଂ ଭିଡିଓ ଦେଖି ଅନ୍ଧ ହୋଇଯାଇ ଏମିତି କିଛି ଅଶ୍ଳୀଳ ହରକତ କରିବସିବେ । ଯାହାକୁ ଅପର ପକ୍ଷର ଠକ ରେକଡିଂ କରିନେବେ । ତା’ପରେ ଆପଣଙ୍କର ସେହି ଅଶ୍ଳୀଳ ଭିଡିଓ ଦେଖାଇ ଚାଲିବ ବ୍ଳାକ୍‌ ମେଲିଂ । ଏହି ଆକାଉଣ୍ଟରେ ୧୦ କିମ୍ବା ୨୦ ହଜାର ଟଙ୍କା ପଠାଅ । ନଚେତ୍‌ ଭିଡିଓ ଭାଇରାଲ୍‌ କରିଦେବୁ । ଧମକରେ ଆପଣ ବାଧ୍ୟହୋଇ ତାଙ୍କୁ ଟଙ୍କା ଗଣିବା ଆରମ୍ଭ କରିଦେବେ । ସମ୍ମାନକୁ ଜଗିବାକୁ ଯାଇ ଆପଣ ହୋଇଯିବେ ଠକାମୀର ଶିକାର ।

ଏଭଳି ଏକ ଘଟଣା ସାମ୍‌ନାକୁ ଆସିଛି ମାଛିଓ୍ଵାଡା ଇଲାକାରେ । ଅମର ନାମକ ଜଣେ ଯୁବକ ଏପରି ଠକାମୀର ଶିକାର ହୋଇ ପୋଲିସର ଆଶ୍ରୟ ନେଇଛନ୍ତି । ତେଣୁ ଯଦି ଆପଣ ଫେସ୍‌ବୁକ୍‌ ବ୍ୟବହାର କରୁଛନ୍ତି ତେବେ ହୋଇଯାଆନ୍ତ ହୁସିଆର୍‌ । ଫେସ୍‌ବୁକ୍‌ରେ ଅଜଣା ସୁନ୍ଦରୀ ଝିଅଙ୍କ ସହ କେବେ ବି କରନ୍ତୁନି ଚାଟିଂ କିମ୍ବା ଆସେପ୍ଟ କରନ୍ତୁନି ଫ୍ରେଣ୍ଡ୍‌ ରିକ୍ୱେଷ୍ଟ।

Leave A Reply

Your email address will not be published.