Below header

ହାଏ ହାଏରେ ପୁଅ ବୋହୁ, ବୁଢା ବାପାକୁ ଶୀତ କାକର ରାତିରେ ଛାଡି ଗଲ

କଟକ(କେ ନ୍ୟୁଜ):  ଅଧା ରାସ୍ତାରେ ବୁଢା ବାପାଙ୍କୁ ଛାଡ଼ି ଚାଲିଗଲେ ପୁଅ ବୋହୂ। ନିର୍ଦୟତାର ସବୁ ସୀମା ପାର କଲେ ଜନ୍ମ କଲା ପୁଅ ଆଉ ତା ସ୍ତ୍ରୀ । କଟକ ଶିଶୁଭବନ ରାସ୍ତା କଡରେ ଦେଖିବାକୁ ମିଳିଥିଲା ଜଣେ ବୃଦ୍ଧଙ୍କୁ । ଦୀର୍ଘ ସମୟ ବିତିଯାଇଥିଲେ ବି ତାଙ୍କ ଖୋଜ ଖବର ନେବାକୁ ଜଣେ ହେଲେ କେହି ଆସିନଥିଲେ । ସେମିତି ବେସାହାରା ଭାବେ ବସିଥାନ୍ତି ବୃଦ୍ଧ ଜଣଙ୍କ । ସ୍ଥାନୀୟ ଲୋକଙ୍କ ସନ୍ଦେହ ହେବାରୁ ଯାଇ ପଚରା ପଚରି କରିଥିଲେ । ଜଣାପଡିଥିଲାକି ସେ ହେଉଛନ୍ତି କେନ୍ଦ୍ରାପଡାର ଗଜେନ୍ଦ୍ର ନାୟକ । ବୟସ ପାଖାପାଖି ୭୨ ବର୍ଷ ହେବ । ଶନିବାର କାଲି ରାତି ଠାରୁ ହିଁ ମେଡ଼ିକାଲ ବାରଣ୍ଡାରେ ବସି ରହିଛନ୍ତି । ପାଟିକୁ ଦାନା ଯାଇନାହିଁ । ଘଟଣାଟି କିଛି ସ୍ୱେଛାସେବୀଙ୍କ ନଜରକୁ ଆସିବା ପରେ ସେମାନେ ବୃଦ୍ଧ ଜଣ ଙ୍କୁ ଉଦ୍ଧାର କରି ଖାଦ୍ୟ ପାନୀୟ ଯୋଗାଇବା ସହ ପ୍ରାଥମିକ ଚିକିତ୍ସା ନେଇ ବ୍ୟବସ୍ଥା କରିଥିଲେ । ଏହା ସହ ନିକଟସ୍ଥ ଥାନାରେ ଏକ ଏତଲା ବି ଦାୟର କରିଛନ୍ତି |

ସୂଚନା ମୁତାବକ ରାତି ପ୍ରାୟ ୧୧ଟା ସମୟରେ ବୃଦ୍ଧ ଜଣଙ୍କୁ ଏସବିଆଇ ଏଟିଏମ ନିକଟରେ ଜଣେ ଦମ୍ପତି ଛାଡ଼ି ଦେଇ ଯାଇ ଆଉ ଫେରି ନଥିଲେ । ପରେ ପାଖାପାଖି କିଛି ଯୁବକ ପହଞ୍ଚି ବୃଦ୍ଧ ଜଣଙ୍କୁ ପଚରାପଚରି କରିବାରୁ ପୁଅ ବୋହୂ ତାଙ୍କୁ ଯାତ୍ରା ଦେଖାଇବାକୁ ଆଣିଥିବା କହି ଏଠି ଛାଡ଼ି ଚାଲି ଯାଇଥିବା ଜଣାପଡିଥିଲା । ଏହି ଘଟଣା ବାବଦରେ ଯିଏ ଶୁଣୁଛନ୍ତି ତାଙ୍କ ଆଖିରୁ ଦି ଟୋପା ଲୁହ ଝରି ଆସୁଛି | ଏହା ସହ ଅମାନବିକତା ଆଖ୍ୟା ଦେଇଛନ୍ତି । ତେବେ ପୋଲିସ ପକ୍ଷରୁ ବୃଦ୍ଧଙ୍କ ଫଟୋ କେନ୍ଦ୍ରାପଡା ସ୍ଥାନୀୟ ଥାନାକୁ ପଠାଯାଇ ଖବର ଦିଆଯାଇଥିବା ଜଣାପଡିଛି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.