ଭାଇ ନାଁରେ କଳଙ୍କ ! ଜଙ୍ଗଲରେ ଏକା ପାଇ ଭଉଣୀକୁ ଦୁଷ୍କର୍ମ କଲେ ଦୁଇ ସମ୍ପର୍କୀୟ ଭାଇ

କୋଟଗଡ଼(କେ ନ୍ୟୁଜ): ପବିତ୍ର ସମ୍ପର୍କରେ ପାପର ଛିଟା । ନିଜ ସମ୍ପର୍କୀୟ ଭଉଣୀକୁ ମଦ ପିଆଇ ଜଙ୍ଗଲରେ ଦୁଇ ସମ୍ପର୍କୀୟ ଭାଇ ଦୁଷ୍କର୍ମ କରିଥିବା ଅଭିଯୋଗ । ଅଭିଯୁକ୍ତ କୋଟଗଡ଼ ଥାନା ଅଞ୍ଚଳର ପିଡୁଡିମିଲା ଗାଁର ଅଶେଷ ବଡ଼ମାଝୀ ଓ ନୀଳାମ୍ବର ବଡ଼ମାଝୀ ବୋଲି ଜଣାଯାଇଛି । ଉଭୟଙ୍କୁ କୋଟଗଡ଼ ପୋଲିସ ଗିରଫ କରିଛି । ମିଳିଥିବା ସୂଚନା ଅନୁଯାୟୀ, ଗତ ୨୯ରେ ଜଣେ ସମ୍ପର୍କୀୟ ଭଉଣୀ ଓ ଅନ୍ୟ ୨ଯୁବତୀଙ୍କ ସହ ଜଙ୍ଗଲରେ ସଲପ ରସ ପିଇଥିଲେ ଅଶେଷ ।

ନିଶା ହେବା ପରେ ୨ଯୁବତୀ ଘରକୁ ପଳେଇଥିଲେ । ସମ୍ପର୍କୀୟ ଭଉଣୀ ଜଙ୍ଗଲରେ ଏକାକୀ ହୋଇଯିବାର ସୁଯୋଗ ନେଇ ଦୁଇ ସମ୍ପର୍କୀୟ ଭାଇ ଅଶେଷ ଓ ନୀଳାମ୍ବର ତାଙ୍କୁ ଦୁଷ୍କର୍ମ କରିଥିଲେ । ଏନେଇ ପୀଡିତା ପରିବାରକୁ ଜଣାଇବା ପରେ କୋଟଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଦୁଇ ଅଭିଯୁକ୍ତକୁ ଗିରଫ କରିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.