ଆସନ୍ତା କାଲି ଠାରୁ ଆରମ୍ଭ ହେବ ମାଘ ମେଳା, କୋଭିଡ୍‌ କଟକଣାରେ ହେବ ଅନୁଷ୍ଠିତ

ଢେଙ୍କାନାଳ(କେନ୍ୟୁଜ୍): ଯୋରନ୍ଦା ମାଘ ମେଳା ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ଗାଦିରେ ବିଶ୍ୱପ୍ରସିଦ୍ଧ ମେଳା ଚଳିତ ଥର କୋଭିଡ଼ କଟକଣାରେ ଅନୁଷ୍ଠିତ ହେବ । ମାଘ ମେଳା ଆସନ୍ତା କାଲି ଠାରୁ ଆରମ୍ଭ ହେବ। ୧୭ ତାରିଖ ଯାଏ ଚାଲିବ ମେଳା। ଏହାପୂର୍ବରୁ ଜିଲ୍ଲା ପ୍ରଶାସନ, ପୋଲିସ, ବକଳଧାରୀ ମହିମା ସମାଜ, କୌପୁନୀ ଧାରୀ ମହିମା ସାଧୁ ସନ୍ଥଙ୍କୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।

ଏଥର ମେଳାରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ, ଯାତ୍ରା, ମୀନା ବଜାର, ଦୋଳି, ପ୍ରଦର୍ଶନୀ ପଡିବ ନାହିଁ। ମେଳା କେବଳ ସାଧୁସନ୍ଥ ଓ ମହିମା ଧର୍ମାବଲମ୍ବୀଙ୍କୁ ନେଇ ଅନୁଷ୍ଠିତ ହେବ।ପରମ୍ପରା ଅନୁଯାୟୀ ଝାଡ଼ ପ୍ରଜ୍ୱଳନ ସହ ସମସ୍ତ ନୀତିକାନ୍ତି ହେବ। ଆଲୋକ, ପାନୀୟ ଜଳ, ପରିମଳ ବ୍ୟବସ୍ଥା ସହ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ କରାଯିବ। କୋଭିଡ ପାଇଁ ଗତ ୨ ବର୍ଷ ଧରି ମେଳାରେ ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଯୋଗଦାନରେ କଟକଣା ଲଗାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.