ଯାଜପୁର ଟହଲିଆ ଗାଁରେ ଆରମ୍ଭ ହେବାକୁ ଯାଉଛି ଜେପିଏମ ରୋଟାରୀ ଚକ୍ଷୁ ଚିକିତ୍ସାଳୟ

ଯାଜପୁର (କେ ନ୍ଯୁଜ୍) : ଟହଲିଆ ଗାଁରେ ଆରମ୍ଭ ହେବାକୁ ଯାଉଛି ଜେପିଏମ ରୋଟାରୀ ଚକ୍ଷୁ ଚିକିତ୍ସାଳୟ । ଏହି ହସପିଟାଲରେ ୫୦ଟି ଶଯ୍ୟା ରହିବ । ଏନେଇ ସିଡିଏ ରୋଟାରୀ ଆଇ ହସପିଟାଲ ପରିସରରେ ଆଜି ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । କଟକ ଜେପିଏମ ରୋଟାରୀ ଆଇ ହସପିଟାଲ ଏବଂ ଦୁର୍ଗା ଚରଣ ପଣ୍ଡା ଓ ସୁସ୍ମିତା ବାଗଚି ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି । ହସପିଟାଲ ପାଇଁ ଦୁର୍ଗାଚରଣ ପଣ୍ଡା ଜମି ଯୋଗାଇ ଦେଉଥିବା ବେଳେ ବିଲଡିଂ କନଷ୍ଟ୍ରକସନ କରିବେ ସୁସ୍ମିତା ବାଗଚୀ । ଜେପିଏମ ହସପିଟାଲ ପକ୍ଷରୁ ଚିକିତ୍ସା ଉପକରଣ ସହ ଅନ୍ୟ କାର୍ୟ୍ୟକ୍ରମ ହାତକୁ ନିଆଯିବ । ଏହି ସାଟେଲାଇଟ ହସପିଟାଲରେ ବାର୍ଷିକ ୭ହଜାର ରୋଗୀଙ୍କର ମୋତିଆବିନ୍ଦୁ ଅପରେସନ ଓ ବାର୍ଷିକ ୨୫ ହଜାର ରୋଗୀଙ୍କର ଚିକିତ୍ସା ପାଇଁ ଲକ୍ଷ୍ୟ ରଖାଯାଇଛି । ପ୍ରାୟ ୨ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ହସପିଟାଲ ନିର୍ମାଣ ହେବ । ଯାଜପୁର ଜିଲ୍ଲା ସମେତ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାର ରୋଗୀମାନେ ଉପକୃତ ହୋଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.