ଲାଞ୍ଚ ନେବା ମାମଲାରେ କନିଷ୍ଠ କିରାଣୀଙ୍କୁ ୪ ବର୍ଷ ଜେଲ୍‌

ନିଜ ଅଫିସ କର୍ମଚାରୀଙ୍କ ଠାରୁ ଲାଞ୍ଚ ନେବା ମାମଲାରେ କନିଷ୍ଠ କିରାଣୀଙ୍କୁ ୪ ବର୍ଷ ଜେଲ୍‌ । କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଉଦ୍ୟାନ ବିଭାଗର କନିଷ୍ଠ କିରାଣୀ ପ୍ରଦୀପ କୁମାର ଚୌଧୁରୀଙ୍କୁ ଜେଲ ହୋଇଛି ।

କନ୍ଧମାଳ(କେନ୍ୟୁଜ):  ନିଜ ଅଫିସ କର୍ମଚାରୀଙ୍କ ଠାରୁ ଲାଞ୍ଚ ନେବା ମାମଲାରେ କନିଷ୍ଠ କିରାଣୀଙ୍କୁ ୪ ବର୍ଷ ଜେଲ୍‌ । କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଉଦ୍ୟାନ ବିଭାଗର କନିଷ୍ଠ କିରାଣୀ ପ୍ରଦୀପ କୁମାର ଚୌଧୁରୀଙ୍କୁ ଜେଲ ହୋଇଛି ।

୨୦୧୮ ମସିହାରେ ସେହି କାର୍ଯ୍ୟାଳୟର କ୍ଷେତ୍ର କର୍ମଚାରୀ ସୁନୀଲ କୁମାର ବେହେରାଙ୍କ ଠାରୁ ୭ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ ଅଭିଯୁକ୍ତ କନିଷ୍ଠ କିରାଣୀଙ୍କୁ ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ୪ ବର୍ଷ ଜେଲ ସହ ୧୦ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅର୍ଥ ଅନାଦେୟ ଅଧିକ ୬ ମାସ କାରାଦଣ୍ଡ ଭୋଗିବା ପାଇଁ ନିର୍ଦେଶ ଦେଇଛନ୍ତି ।

କ୍ଷେତ୍ର କର୍ମଚାରୀଙ୍କ ବାଲିଗୁଡ଼ା ସ୍ଥିତ ଏକ ବ୍ୟାଙ୍କରେ ଥିବା ଦରମା ଜମା ଖାତାକୁ ସେଠାରୁ ଫୁଲବାଣୀ ସ୍ଥିତ ଆନ୍ଧ୍ରା ବ୍ୟାଙ୍କକୁ ଟ୍ରାନ୍ସଫର ପାଇଁ ଲାଞ୍ଚ ନେଉଥିଲେ । ସେହି ସମୟରେ ଲାଞ୍ଚ ଟଙ୍କା ସହ ବ୍ରହ୍ମପୁର ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରିବା ସହିତ ଏକ ମାମଲା ରୁଜୁ କରିଥିଲା । ଆଜି ସେହି ମାମଲାରେ ମୋଟ ୧୨ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି କୋର୍ଟ ଏହି ରାୟ ଦେଇଥିବା ଭିଜିଲାନ୍ସ କୋର୍ଟର ସରକାରୀ ଓକିଲ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.