ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଗ୍ରାମ୍ୟ ଉନ୍ନୟନ ଡିଭିଜନ ୨ର ଜୁନିୟର ଇଂଜିନିୟର, ୪ଟି ସ୍ଥାନରେ ଚାଲିଛି ରେଡ୍

ବ୍ରହ୍ମପୁର(କେନ୍ଯୁଜ୍): ଭିଜିଲାନ୍ସ ଜାଲରେ ଜୁନିୟର ଇଞ୍ଜିନିୟର। ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଗ୍ରାମ୍ୟ ଉନ୍ନୟନ ଡିଭିଜନ ୨ର ଜୁନିୟର ଇଂଜିନିୟର ବଂଶୀଧର ସେଠୀଙ୍କ ଘରେ ରେଡ୍ ଚାଲିଛି। ଚାରୋଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଉଛି।
ରେଡ୍ରେ ୨ଜଣ DSP, ୬ଜଣ ଇନିସପେକ୍ଟରଙ୍କ ସମେତ ଭିଜିଲାନ୍ସ ବିଭାଗର ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି। ବ୍ରହ୍ମପୁର ଶକ୍ତିନଗରରେ ଥିବା ୩ ମହଲା ଘର, ଗଞ୍ଜାମ ପୋଲସରାର ପୈତୃକ ଘର, ବ୍ରହ୍ମପୁର ଲୋଛାପଡାରେ ସମ୍ପର୍କୀୟଙ୍କ ଘର ଓ ଦିଗପହଣ୍ଡି କାର୍ଯ୍ୟାଳୟରେ ଏକକାଳୀନ ଚଢାଉ ଚାଲିଛି।