Below header

କୋରାପୁଟ: ପୋଲିସକୁ ଆକ୍ରମଣ ଘଟଣା, ୭ଜଣଙ୍କୁ ଗିରଫ କଲା କାକିରିଗୁମା ପୋଲିସ୍‌

କୋରାପୁଟ(କେ ନ୍ୟୁଜ): କୋରାପୁଟ କାକିରିଗୁମା ଥାନା ପୋଲିସକୁ ଆକ୍ରମଣ ଘଟଣା । ୭ଜଣଙ୍କୁ ଗିରଫ କଲା କାକିରିଗୁମା ପୋଲିସ୍‌ । ଗତକାଲି କାକିରିଗୁମା- ଦାମନଯୋଡି ରାସ୍ତାର ବାରିଗାଁ ନିକଟରେ ଟିପ୍ପର ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଥିଲେ । ଫଳରେ କିଛି ସମୟ ପାଇଁ କୋରାପୁଟ ଜିଲ୍ଲା କାକିରିଗୁମା ଓ ଦାମନଯୋଡି ରାସ୍ତାରେ ଗାଡି ଚଳାଚଳ ବନ୍ଦ ଥିଲା ।

ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଥିବା ବେଳେ କିଛି ମହିଳା ପୋଲିସ ଉପରକୁ ଆକ୍ରମଣ କରିଥିଲେ । ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଆକ୍ରମଣରେ କାକିରିଗୁମା ଥାନା ଇନସପେକ୍ଟର କିଶୋର ଚନ୍ଦ୍ର ଚୌଧୁରୀ ଆହତ ହୋଇଛନ୍ତି । ତାଙ୍କୁ କାକିରିଗୁମା ମେଡିକାଲରେ ଭର୍ତ୍ତି କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.