ମେକାନିକାଲ ଇଞ୍ଜିନିୟର ନିଜ ସ୍ତ୍ରୀକୁ ଦେଲେ ଏଭଳି ଗିଫ୍ଟ, ଯାହାର ଭିଡିଓ ହେଉଛି ଖୁବ ଭାଇରାଲ

ପାଟନାରେ ରହୁଥିବା ମେକାନିକାଲ ଇଞ୍ଜିନିୟର ଅନୁଜ କୁମାର ନିଜ ପତ୍ନୀଙ୍କୁ ଦେଇଛନ୍ତି ଅନୋଖା ଗିଫ୍ଟ । ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ନିଜ ସ୍ତ୍ରୀ ପାଇଁ ଘରେ ଲଗାଇଲେ ଲିଫ୍ଟ । ଜାଣନ୍ତୁ ପ୍ରକୃତ କଥା ।

ସ୍ତ୍ରୀକୁ ଲିଫ୍ଟ ଗିଫ୍ଟ କଲେ ମେକାନିକାଲ ଇଞ୍ଜିନିୟର । କିନ୍ତୁ ଏଥିରେ ଏକ ଫରକ ରହିଛି । ଏହି ଲିଫ୍ଟରେ ମଣିଷ ଯିବାର ସୁବିଧା ନାହିଁ । ବରଂ ଖାଦ୍ୟ ପଦାର୍ଥ ଯିବାର ସୁବିଧା ରହିଛି । ଯାହା ସାହାଯ୍ୟରେ ଘରେ ଯେଉଁଠି ବି ଲୋକ ଥାଆନ୍ତୁ । ତାଙ୍କ ପାଖକୁ ଖାଦ୍ୟ ଖୁବ ସହଜରେ ଚାଲି ଆସିବ । ଏହାକୁ ପାଇଲା ପରେ ଅନୁଜଙ୍କ ପତ୍ନୀ ଖୁବ ଖୁସି ଅଛନ୍ତି । ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

3256526
pc: aajtak

ଘରକାମରେ ସିଡ଼ି ଚଢ଼ିବା ବହୁତ କଷ୍ଟ । ଶରୀରକୁ ଧ୍ୟାନରେ ରଖି ଏହିପରି ଉପାୟ ଶେଷରେ ଆପଣାଇଲେ ଅନୁଜ । କାମ କରୁଥିବା ସମୟରେ ଥରେ ତାଙ୍କ ପତ୍ନୀ ସିଡ଼ିରୁ ତଳକୁ ଗଳି ପଡିଥିଲେ । ଏହାପରେ ଅନୁଜଙ୍କ ମନକୁ ଏହି ଉପାୟ ଆସିଥିଲା । ଏହି ଉପାୟରେ କରୋନା କାଳେ ସବୁଠୁ ବେଷ୍ଟ । ଏଥିରେ ସାମାଜିକ ଦୂରତା ରହିବ । ଏବେ ଏହି ଲିଫ୍ଟ ଘର ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚାଇବାରେ ସାହଯ୍ୟ କରୁଛି । ଯାହା ବି ଅର୍ଡର ଯାଉଛି ଏହି ଲିଫ୍ଟ ସାହାଯ୍ୟରେ କମ ସମୟରେ ମିଳିଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.