ବଙ୍ଗୋମୁଣ୍ଡାରେ କାଳବୈଶାଖୀର ତାଣ୍ଡବ: ଗଛ ଭାଙ୍ଗିଲା, ଆଜବେଷ୍ଟ ଉଡିଲା

କଣ୍ଟାବାଞ୍ଜି(କେନ୍ୟୁଜ୍‌): ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଜୋରରେ ପବନ ହେବା ଯୋଗୁ ବଙ୍ଗୋମୁଣ୍ଡା ମୁଖ୍ଯ ରାସ୍ତା କଡରେ ଥିବା ବଡ଼ ବଡ଼ ଗଛ ଓ ବିଦ୍ୟୁତ ଖୁଣ୍ଟି ସବୁ ଉପୁଡି ଯାଇଛି ।

ଯାହା ଫଳରେ ବିଦ୍ୟୁତ ସରବାହ ବିଚ୍ଛିନ୍ନ ହୋଇଛି । କେତେକ ଘରର ଆଜବେଷ୍ଟ ଛପର ମାନ ମଧ୍ୟ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଦମକଳ ବାହିନୀ ଓ ବିଦ୍ୟୁତ୍ ବିଭାଗ ପକ୍ଷରୁ  ସବୁ ଗଛ ରାସ୍ତାଘାଟରୁ ସଫା କରିବାକୁ ଲାଗି ପଡିଛନ୍ତି ।