ଦୁଇଟି ଭିନ୍ନ ସ୍ଥାନରେ ପୋଖରୀରେ ବୁଡି ୩ ମୃତ

କଳାହାଣ୍ଡି(କେନ୍ଯୁଜ୍) : ପୋଖରୀରେ ବୁଡି ୨ ନାବାଳିକାଙ୍କ ମୃତ୍ୟୁ । କଳାହାଣ୍ଡି ଜିଲ୍ଲା ବଗାଡି ଗାଁ ଘଟିଛି ଅଘଟଣ । ଗାଁ ପୋଖରୀ ଖଲିଆ ବନ୍ଧକୁ ଗାଧୋଇବାକୁ ଯାଇ ଦୁଇ ନାବାଳିକା ବୁଡି ଯାଇଥିଲେ । ମୃତକ ହେଲେ ରୋଜି ସାହୁ ଓ ନମିତା ସାହୁ । ଜଣଙ୍କର ବୟସ ୧୭ ହୋଇଥିବାବେଳେ ଅନ୍ୟ ଜଣଙ୍କ ବୟସ ୧୨ବର୍ଷ । ତେବେ ବୁଡିଯିବାବେଳେ ଅନ୍ୟ ଜଣେ ଯୁବତୀ ଉଦ୍ଧାର ପାଇଥିଲେ । ପୋଲିସ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି ।

ମୟୁରଭଞ୍ଜ ମୁଣ୍ଡାଠାକୁରା ଗାଁରେ ଜଣେ ନାବାଳିକାଙ୍କ ମୃତ୍ୟୁ 

22ସେପଟେ ଗାଧୋଇବା ବେଳେ ପୋଖରୀରେ ଗଲା ଜୀବନ। ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଥାନା ମୁଣ୍ଡାଠାକୁରା ଗାଁରେ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ସେହି ଗାଁର ଦାସମାତ କିସକୁଙ୍କ ଝିଅ ଫୁଲ କିସକୁ । ସାଙ୍ଗ ମାନଙ୍କ ସହ ପୋଖରୀରେ ଗାଧୋଇବା ବେଳେ ସେ ବୁଡିଯାଇଥିଲେ । ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ହସପିଟାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.