Below header

ବିଚ୍ ବଜାରରେ ମାରପିଟ୍, କିଏ କାହାକୁ କଣ କହିଲା ଓ କାହିଁକି ମାରିଲା ?

ଭୁବନେଶ୍ବର (କେନ୍ୟୁଜ୍) : କଟକ ଜିଲ୍ଲା ନିଆଳି ବଜାରରେ ମାରପିଟ୍ ଲାଗିଲେ ଦୁଇ ଜଣ ସାମ୍ବାଦିକ । ଆଜ୍ଞା ତାଙ୍କ ଭିତରେ ଜଣେ ସାମ୍ବାଦିକ ଓ ଆଉ ଜଣେ ଥିଲେ ସାମ୍ବାଦିକା । ବିଚ୍ ବଜାରରେ ଚାଲିଲା ହାତାହାତି । ସ୍ଥାନୀୟ ଲୋକେ ଯାଇ ଛଡ଼ାଛଡ଼ି କଲେ । ଦୁହେଁ ପରସ୍ପରକୁ ଆକ୍ଷେପ କରି ଗାଳିଗୁଲଜ କରିବା ସହିତ ଚରିତ୍ର ସଂହାର କରିବାକୁ ମଧ୍ୟ ପଛାଉ ନଥିଲେ । ଯାହା ସେମାନଙ୍କ ଦୋଷ ଦୁର୍ବଳତାକୁ ପଦାରେ ପକାଉଥିଲା ।

ଘଟଣା କଣ ବୁଝିଲା ବେଳକୁ ଆଳୁ ଖୋଳୁଖୋଳୁ ମହାଦେବ ବାହାରିଲେ । କାରଣ କଣ ତ ଆମେ ଟିକେ ପରେ କହିବୁ । ହେଲେ ଘଟଣା ଯାଇ ପହଞ୍ଚିଲା ଥାନାରେ । ଉଭୟ ପକ୍ଷରୁ ଏତଲା ଦିଆଗଲା । ପୋଲିସ୍ ବାବୁ ବି ବୁଝାବୁଝି କଲେ । କାରଣ ଉଭୟ ସେଠାକାର ପ୍ରତିପତ୍ତିଶାଳୀ ସାମ୍ବାଦିକ । ପୋଲିସ୍-ସାମ୍ବାଦିକ ଦୋସ୍ତ ଥିବାରୁ ବିବାଦର ସମାଧାନ ପାଇଁ ପୋଲିସ୍ ବି ଚାହୁଁଥିଲା । ଶେଷରେ ଖାଲି ବୁଝାମଣାରେ ସରିଲା । ଭଲ ଭାବେ ସମାଧାନ କରାଯିବ ଆସନ୍ତା ମଙ୍ଗଳବାର ଦିନ । ହେଲେ କଥା ରହିଗଲା କାଳକାଳକୁ । ଯାହା ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ସୂଚନା ମିଳିଛି, ସେହି ଅନୁସାରେ ଘଟଣା ଏୟା ଯେ ଜଣେ ସାମ୍ବାଦିକ ଅନ୍ୟ ଜଣକ ନାଁରେ କୁଆଡ଼େ ଚାନ୍ଦା ଆଦାୟ କରୁଥିଲେ । ଏଖବର ଯେତେବେଳେ ସେହି ସାମ୍ବାଦିକଙ୍କ କାନରେ ପଡ଼ିଲା ସେ ରାଗିଗଲେ ଓ ବଜାର ଉପରେ ଧରିଲେ ଅଭିଯୁକ୍ତଙ୍କୁ । ସେଇଠି ହେଲା ମହାଭାରତ । ତେବେ ପୋଲିସ୍ ପାଖରେ ହୋଇଥିବା ଅଭିଯୋଗରେ ଚାନ୍ଦା କଥାଟି ଲୁଚିଗଲା ।

ସରକାର ସିନା ଚାନ୍ଦା ଆଦାୟକୁ ବେଆଇନ୍ ଘୋଷଣା କରିଛନ୍ତି । ହେଲେ ପିସି, ଚାନ୍ଦା ଭେଦା କଣ ଉଠିଗଲାଣି ? ତା ପରେ ଦଶହରା ବେଳେ ଏଭଳି ଚାନ୍ଦା ମାଗିବା ତ କେବଳ ପୂଜା ମଣ୍ଡପଗୁଡ଼ିକର ହକ୍ ନୁହେଁ ନା ! ଆଉ କିଛି ବର୍ଗ ମଧ୍ୟ ଏକାମଟି କରିଥାନ୍ତି । ସେମାନେ ବୁଝନ୍ତି ନାହିଁ ଯେ ଏଥିରେ କେତେ ସମ୍ମାନ ହାନି ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.