କଲରାବାଙ୍କ କଳିଙ୍ଗ ଇଂରାଜୀ ମାଧ୍ୟମ ବିଦ୍ୟାଳୟକୁ ମିଳିଲା International Excellence Awards-୨୦୨୨  

କେନ୍ୟୁଜ୍(ବ୍ୟୁରୋ):ଶିକ୍ଷାବିତ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ଦ୍ଵାରା ଭାରତର ସ୍ମାର୍ଟ ଗ୍ରାମ  କଟକ ଜିଲ୍ଲାର କଲରାବାଙ୍କଠାରେ ପ୍ରତିଷ୍ଠିତ କଳିଙ୍ଗ ଇଂରାଜୀ ମାଧ୍ୟମ ବିଦ୍ୟାଳୟକୁ International Excellence Awards ୨୦୨୨ ପ୍ରଦାନ କରାଯାଇଛି। ବର୍ଷର ଶ୍ରେଷ୍ଠ ପ୍ରଦର୍ଶନକାରୀ ବିଦ୍ୟାଳୟ ଭାବେ କଳିଙ୍ଗ ଇଂରାଜୀ ମାଧ୍ୟମ ବିଦ୍ୟାଳୟକୁ ଉତ୍କର୍ଷ ପୁରସ୍କାର ପ୍ରଦାନ କରାଯାଇଛି। ବିଶ୍ଵର ଅନେକ ବିଦ୍ୟାଳୟ ବିଭିନ୍ନ ବିଭାଗର ବିଭିନ୍ନ ବର୍ଗର ପୁରସ୍କାର ପାଇଁ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ।

ଗ୍ରାମାଞ୍ଚଳରେ ରହୁଥିବା ଛାତ୍ରମାନଙ୍କୁ ସହରରେ ପଢୁଥିବା ପିଲାଙ୍କ ସହିତ ସେମାନଙ୍କ କାନ୍ଧ କାନ୍ଧରେ ମିଳାଇ ଚାଲିବା ସହ ସାମଗ୍ରିକ ଶିକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ଶ୍ରୀ ସାମନ୍ତ କଳିଙ୍ଗ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ବିଶିଷ୍ଟ ଲେଖିକା ଓ କାଦମ୍ବିନୀ କୁନିକଥାର ସମ୍ପାଦିକା ଡ ଇତି ସାମନ୍ତଙ୍କ ମାର୍ଗଦର୍ଶନରେ ପରିଚାଳିତ ଏହି ବିଦ୍ୟାଳୟ ଏକ ପରିବର୍ତ୍ତନଶୀଳ ଯାତ୍ରା ଆରମ୍ଭ କରିବା ସହ ବିଭିନ୍ନ କ୍ଷେତ୍ରରେ ସଫଳତା ଲାଭ କରି ଆସୁଛି। ଏହି ବିଦ୍ୟାଳୟ ସଫଳତାର ସହ ଛାତ୍ରଛାତ୍ରୀଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିଛି। ଏହି ପୁରସ୍କାର ନିଶ୍ଚିତ ଭାବେ କଳିଙ୍ଗ ଇଂରାଜୀ ମାଧ୍ୟମ ବିଦ୍ୟାଳୟକୁ ଆହୁରି ଆଗକୁ ଯିବା ପାଇଁ ପ୍ରେରଣା ଯୋଗାଇବ ବୋଲି ବିଦ୍ୟାଳୟର ଅଧ୍ୟକ୍ଷ ଆଶୁତୋଷ ମହାନ୍ତି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.