ଏକର ଏକର ଜମିରେ ପାଣି, ମୁଣ୍ଡରେ ହାତ ଦେଲେ ଚାଷୀ

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ପିଆଜ, ଟମାଟୋ ସହ ପନିପରିବା ଚାଷ ନଷ୍ଟ । ତୁରେକେଲା, ମୁରିବାହାଲ ଓ ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳରେ ଏକର ଏକର ଜମିରେ ପିଆଜ, ଟମାଟୋ ସହ ଡାଲିଜାତୀୟ ଫସଲ ନଷ୍ଟ ହୋଇଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି ।

ବଲାଙ୍ଗୀର(କେନ୍ୟୁଜ୍‌): କାଳବୈଶାଖୀର ତାଣ୍ଡବ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ପିଆଜ, ଟମାଟୋ ସହ ପନିପରିବା ଚାଷ ନଷ୍ଟ । ତୁରେକେଲା, ମୁରିବାହାଲ ଓ ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳରେ ଏକର ଏକର ଜମିରେ ପିଆଜ, ଟମାଟୋ ସହ ଡାଲିଜାତୀୟ ଫସଲ ନଷ୍ଟ ହୋଇଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି । ଏକର ଏକର ଜମିରେ ପାଣି ଜମି ରହିଛି । ତୁରନ୍ତ କ୍ଷତିଗ୍ରସ୍ତ ଚାଷକୁ ଆକଳନ କରି ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.