ଭାଇରଲ ହେଉଛି ଧୋନିଙ୍କ ପୁରୁଣା ରୂପ, ଆଇପିଏଲ ୨୦୨୪ ପୂର୍ବରୁ ନେଟ୍ସରେ ମାରିଲେ ହେଲିକପ୍ଟର ସଟ୍‌

ଆଇପିଏଲ୍‌ ୨୦୨୪ ଆରମ୍ଭ ୨୨ ତାରିଖରୁ ହେଉଛି । ସିଏସକେ ଏବଂ ଆରସିବି ମଧ୍ୟରେ ବେଙ୍ଗାଲୁରୁ ଟିମ୍‌ ବିପକ୍ଷରେ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ । ଧୋନି ନେଟସ୍‌ରେ ଅଭ୍ୟାସ ସମୟରେ ଧୋନିଙ୍କ ପୁରୁଣା ରୂପ ଦେଖିବାକୁ ମିଳିଛି । ଅଭ୍ୟାସ ବେଳେ ମଧ୍ୟ ଧୋନି ହେଲିକପ୍ଟର ସଟ ଖେଳୁଛନ୍ତି ।

ଚେନ୍ନାଇ ସୁପରକିଙ୍ଗସ ଟିମ୍‌ର ଖେଳାଳି ଆଇପିଏଲ୍‌ ୨୦୨୪ ସିଜିନ ପାଇଁ ଜୋରଦାର ଅଭ୍ୟାସ କରିଦେଇଛନ୍ତି । ଆଉ ଏଥିରୁ ଧୋନି କିଭଳି ବାଦ୍‌ ପଡିବେ । ଆଇପିଏଲ୍‌ ୨୦୨୪ ସିଜିନର ପ୍ରଥମ ମୁକାବିଲା ଚେନ୍ନାଇ ସୁପରକିଙ୍ଗସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହେବାକୁ ଯାଉଛି । ଆଉ ଧୋନି ଏଥିପାଇଁ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଅଭ୍ୟାସ ମ୍ୟାଚ ଖେଳୁଛନ୍ତି । ଅଭ୍ୟାସ ସମୟରେ ଧୋନିଙ୍କ ପୁରୁଣା ରୂପ ଦେଖିବାକୁ ମିଳିଛି । ଅଭ୍ୟାସ ବେଳେ ମଧ୍ୟ ଧୋନି ହେଲିକପ୍ଟର ସଟ ଖେଳୁଛନ୍ତି ।

ଆଇପିଏଲ୍‌ ୨୦୨୪ ଆରମ୍ଭ ୨୨ ତାରିଖରୁ ହେଉଛି । ସିଏସକେ ଏବଂ ଆରସିବି ମଧ୍ୟରେ ବେଙ୍ଗାଲୁରୁ ଟିମ୍‌ ବିପକ୍ଷରେ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ । ଧୋନି ନେଟସ୍‌ରେ ଯେଉଁଭଳି ଅଭ୍ୟାସ କରୁଛନ୍ତି, ଏହା ଅନ୍ୟ ଟିମ ପାଇଁ ନିଶ୍ଚିତ ଭାବେ ଏକ ଚ୍ୟାଲେଞ୍ଜ ହେବ ।


ଧୋନିଙ୍କୁ ବିଶ୍ୱ କ୍ରିକେଟରେ ତାଙ୍କ ହେଲିକପ୍ଟର ସଟ୍‌ ପାଇଁ ବେଶ ପରିଚିତ । ଇଣ୍ଟରନ୍ୟାସନାଲ କ୍ରିକେଟରୁ ଅଲବିଦା କରିବା ପରେ ଧୋନି ଆଇପିଏଲରେ ଖେଳୁଛନ୍ତି । ଆଗାମୀ ଆଇପିଏଲ ପାଇଁ ଧୋନି ନେଟ୍ସରେ ସିଏସକେର ଯୁବ ବୋଲର ରାଜବର୍ଦ୍ଧନ ହଙ୍ଗରଗେକରଙ୍କ ବଲରେ ବଢିଆ ସଟ୍‌ ଖେଳୁଛନ୍ତି । ଏଥିରେ ହେଲିକପ୍ଟର ସଟ୍‌ ମଧ୍ୟ ରହିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ଧୋନି ପୂର୍ବ ଆଇପିଏଲ ସିଜିନରେ ବ୍ୟାଟିଂରେ କିଛି ଖାସ କରିପାରିନଥିଲେ । ଏହାର କାରଣ ଥିଲା ଆଣ୍ଠୁରେ ଆଘାତ ଲାଗିବା । ଏହାପାଇଁ ସର୍ଜରୀ କରିଥିଲେ ଧୋନି । ଆଉ ଏବେ ସଂପୂର୍ଣ୍ଣ ଫିଟ୍‌ ହୋଇ ଧୋନି ପୁଣିଥରେ ମଇଦାନ ଫେରିଛନ୍ତି । ଆଉ ଧୋନିଙ୍କ ଏଭଳି ସଟ୍‌ ଦେଖିବାକୁ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.