Below header

କନ୍ଧମାଳ କ.ନୂଆଗାଁ ବ୍ଲକରେ କାଳବୈଶାଖୀର ତାଣ୍ଡବ: ପ୍ରବଳ ପବନ ସାଙ୍ଗକୁ କୁଆ ପଥର ବର୍ଷାରେ ବ୍ୟାପକ କ୍ଷୟକ୍ଷତି

ବାଲିଗୁଡା: କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକରେ କାଳବୈଶାଖୀର ତାଣ୍ଡବ। ପ୍ରବଳ ପବନ ସାଙ୍ଗକୁ କୁଆ ପଥର ବର୍ଷାରେ ବ୍ୟାପକ କ୍ଷୟକ୍ଷତି। ମହାଶିଙ୍ଘ ଓ ଶୀର୍ତ୍ତିଗୁଡା ପଂଚାୟତର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତାରେ ପଡିଛିି । ଏହାସହ ମହାଶିଙ୍ଘ ପଂଚାୟତର ପୁରୁଣାସାହି, ତେଲି ସାହି, ଡମି ସାହି ସମେତ ଶୀର୍ତ୍ତିଗୁଡା ପଂଚାୟତର କୁଡୁପାକିଆ, ଗସୁକିଆ ଭଳି ବିଭିନ୍ନ ଗାଁରେ ଶତାଧିକ ଲୋକଙ୍କ ଘର ଛପର ଉଡିଯାଇଛି।

ବିଦ୍ୟୁତ ସରବରାହ ବନ୍ଦ ରହିଥିବା ବେଳେ ବିଦ୍ୟୁତ ବିଭାଗ ଟିମ ପହଂଚି କାମ ଆରମ୍ଭ କରିଛନ୍ତି। କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି ଲୋକେ। ସେପଟେ ଘର ଘର ବୁଲି କ୍ଷୟକ୍ଷତିର ଆକଳନ ପରେ ସହାୟତା ପ୍ରଦାନ କରାଯିବ କହିଛନ୍ତି କ.ନୂଆଗାଁ ତହସିଲଦାର ମନୋଜ ଦେବତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.