Below header

କାଳିଆ ରିଟର୍ଣ୍ଣସ୍: ଉତ୍କଳ ଦିବସରେ ୩୪ ଲକ୍ଷରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ଗଲା ୬୯୩ କୋଟି ୯୪ ଲକ୍ଷ ଟଙ୍କା

କେନ୍ୟୁଜ୍(ବ୍ୟୁରୋ):  ଉତ୍କଳ ଦିବସ ଅବସରରେ ଚାଷୀଙ୍କ ଆକାଉଣ୍ଟକୁ ଗଲା କାଳିଆ ଯୋଜନାରେ ସହାୟତା ରାଶି । ରାଜ୍ୟରେ ୩୪ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଆକାଉଣ୍ଟକୁ ୬୯୩ କୋଟି ୯୪ ଲକ୍ଷ ଟଙ୍କା ଜମା କରିଛନ୍ତି ସରକାର । ରବି ଋତୁ ପାଇଁ ଟଙ୍କା ଜମା କରାଯାଇଛି । ନୂଆ ଆର୍ଥିକ ବର୍ଷରେ ଚାଷୀ କଲ୍ୟାଣ କାର୍ଯ୍ୟକ୍ରମ କାଳିଆରୁ କାମ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ପିପିଲି ନିର୍ବାଚନ ଯୋଗୁଁ ପୁରୀ ବ୍ୟତୀତ ସବୁ ଜିଲ୍ଲାର ଚାଷୀଙ୍କୁ କାଳିଆ ସହାୟତା ପ୍ରଦାନ କରାଯାଇଛି । କାଳିଆ ଯୋଜନାରେ ରାଜ୍ୟର ୩୭ ଲକ୍ଷ ଚାଷୀ ଓ ୧୭ ଲକ୍ଷ ଭୂମିହୀନ ଚାଷୀ ଉପକୃତ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.