Below header

ସଂସଦୀୟ କ୍ଷେତ୍ର ସମୀକ୍ଷା କାର୍ଯ୍ୟକ୍ରମରେ ସାଂସଦ ଅଚ୍ୟୁତ ସାମନ୍ତ

ସଂସଦୀୟ କ୍ଷେତ୍ର ସମୀକ୍ଷା କାର୍ଯ୍ୟକ୍ରମରେ ସାଂସଦ ଅଚ୍ୟୁତ ସାମନ୍ତ ଆଜି କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ, ଦାରିଙ୍ଗିବାଡ଼ି, ବାଲିଗୁଡ଼ା ଆଦି ଅଞ୍ଚଳରେ ୧୦ରୁ ଊର୍ଦ୍ଧ୍ୱ ପଥପ୍ରାନ୍ତ ସଭାରେ ଯୋଗ ଦେଇଥିଲେ ।

ସଂସଦୀୟ କ୍ଷେତ୍ର ସମୀକ୍ଷା କାର୍ଯ୍ୟକ୍ରମରେ ସାଂସଦ ଅଚ୍ୟୁତ ସାମନ୍ତ ଆଜି କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ, ଦାରିଙ୍ଗିବାଡ଼ି, ବାଲିଗୁଡ଼ା ଆଦି ଅଞ୍ଚଳରେ ୧୦ରୁ ଊର୍ଦ୍ଧ୍ୱ ପଥପ୍ରାନ୍ତ ସଭାରେ ଯୋଗ ଦେଇଥିଲେ । ସାଂସଦ ଲୋକଙ୍କ ସମସ୍ୟା ସବୁ ବୁଝିବା ସହ ସେମାନଙ୍କ ସମସ୍ୟାର ତୁରନ୍ତ ସମାଧାନ କରିଥିଲେ । ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ଲୋକମାନଙ୍କ ସହ ଆଲୋଚନା କରିଥିଲେ । ସେହିପରି ବାଲିଗୁଡ଼ାରେ ବାଲିଗୁଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଚକ୍ରମଣି କହଁର, ବାଲିଗୁଡ଼ା ବିଜେଡ଼ି ସଭାପତି ଟୁନା ଦାସ ଓ ସାଂସଦଙ୍କ ଉପସ୍ଥିତିରେ ୨ଶହରୁ ଊର୍ଦ୍ଧ୍ୱ ବିଜେପି ଓ କଂଗ୍ରେସ କର୍ମୀ ବିଜେଡ଼ିରେ ଯୋଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.