କନ୍ଦମୂଳ ପ୍ରକ୍ରିୟାକରଣ ଉପରେ ପ୍ରଶିକ୍ଷଣ ଶେଷ କରି ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କୁ ଭେଟିଲେ କନ୍ଧମାଳର ସ୍ୱୟଂ ସହାୟିକା ଗୋଷ୍ଠୀ

କେନ୍ୟୁଜ୍(ବ୍ୟୁରୋ):  ଇଣ୍ଟରନ୍ୟାସନାଲ ପଟାଟୋ ସେଣ୍ଟର (ସିଆଇପି) ପକ୍ଷରୁ ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ ଟିଉବ୍‌ର କ୍ରପ୍‌ ଇନ୍‌ଷ୍ଟିଚ୍ୟୁଟ (ସିଟିସିଆର୍‌ଆଇ)ର ଆଞ୍ଚଳିକ କେନ୍ଦ୍ରରେ କନ୍ଧମାଳର ସ୍ୱୟଂ ସହାୟିକା ଗୋଷ୍ଠୀର ୪୦ରୁ ଉର୍ଦ୍ଧ୍ୱ ସଦସ୍ୟା କନ୍ଦମୂଳ ଚାଷ ଓ ପ୍ରକ୍ରିୟାକରଣରେ ପ୍ରଶିକ୍ଷଣ ନେବା ପରେ ଆଜି କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଭେଟିଥିଲେ। ପ୍ରଥମ ପର୍ଯ୍ୟାୟରେ ୨୦ଜଣ ମହିଳାଙ୍କ ପ୍ରଶିକ୍ଷଣ ଶେଷ ହୋଇଥିବା ବେଳେ ସୋମବାର ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୨୦ ଜଣ ମହିଳାଙ୍କ ପ୍ରଶିକ୍ଷଣ ଆରମ୍ଭ ହୋଇଛି।

ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ କ୍ରମେ ଏହି ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସିଆଇପି ପକ୍ଷରୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। କନ୍ଧମାଳର ମହିଳା ମାନେ ଆଧୁନିକ କୃଷି ପ୍ରଣାଳୀରେ ଉନ୍ନତ କିସମର କନ୍ଧମୂଳ ଉତ୍ପାଦନ କରିବା ସହ କନ୍ଦମୂଳରୁ ବିିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ନିମନ୍ତେ କନ୍ଦମୂଳ ପ୍ରକ୍ରିୟାକରଣ ଉଦ୍ୟୋଗ ପ୍ରତିଷ୍ଠା କରି ଆତ୍ମନିର୍ଭର ହୋଇପାରିବେ ବୋଲି ଡ. ଅଚ୍ୟୁତ ସାମନ୍ତ ଆଶାବ୍ୟକ୍ତ କରିଛନ୍ତି।

ସୂଚନାଯୋଗ୍ୟ, ନିକଟରେ ଡ. ସାମନ୍ତ ୪ଦିନିଆ କନ୍ଧମାଳ ଗସ୍ତ ଅବସରରେ ସ୍ଥାନୀୟ ଅଞ୍ଚଳର ୪୦ଜଣ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ସହ ଆଲୋଚନା କରିଥିଲେ। ସେମାନେ ସ୍ୱାବଲମ୍ବୀ ହେବା ପାଇଁ ସେମାନଙ୍କୁ ଭୁବନେଶ୍ୱରରେ ମାଗଣାରେ କନ୍ଦମୂଳ ପ୍ରକ୍ରିୟାକରଣ ଉପରେ ପ୍ରଶିକ୍ଷଣ ଦିଆଯିବା ସହଗ ସେମାନଙ୍କୁ ଆବଶ୍ୟକ ଯନ୍ତ୍ରାଂଶ ମଧ୍ୟ ମାଗଣାରେ ଯୋଗାଇ ଦିଆଯିବ ବୋଲି ଡ. ସାମନ୍ତ ପ୍ରତିଶ୍ରୁତି ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.