Below header

୨୦୧୪ ତୁଳନାରେ ୨୦୧୮ରେ ବୃଦ୍ଧି କଲରାପତରିଆ ବାଘଙ୍କ ସଂଖ୍ୟା,ଦି-ଷ୍ଚାଟସ ଅଫ୍‌ ଲିଓପାର୍ଡ ଇନ ଇଣ୍ଡିଆ ୨୦୧୮ ରିପୋର୍ଟରେ ପ୍ରକାଶ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ କଲରାପତରିଆ ବାଘଙ୍କ ସଂଖ୍ୟାରେ ଶତପ୍ରତିଶତ ବୃଦ୍ଧି । ୨୦୧୪ ତୁଳନାରେ ୨୦୧୮ରେ ବୃଦ୍ଧି ଘଟିଛି । ୨୦୧୪ରେ ରାଜ୍ୟରେ ୩୧୮ଟି କଲରାପତରିଆ ବାଘ ରହିଥିବା ବେଳେ ୨୦୧୮ରେ ସଂଖ୍ୟା ୭୨୦କୁ ବୃଦ୍ଧି ପାଇଛି । କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ଦ୍ୱାରା ଉନ୍ମୋଚିତ ଦି ଷ୍ଚାଟସ ଅଫ୍‌ ଲିଓପାର୍ଡ ଇନ ଇଣ୍ଡିଆ ୨୦୧୮ ରିପୋର୍ଟରୁ ଏହା ଜଣାପଡ଼ିଛି । ସେହିପରି ଦେଶରେ ମଧ୍ୟ ବୃଦ୍ଧି ପାଇଛି କଲରାପତରିଆ ବାଘଙ୍କ ସଂଖ୍ୟା । ଦେଶରେ ଏହି ସଂଖ୍ୟା ୧୨ହଜାର ୮୫୨ । ୨୦୧୪ ତୁଳନାରେ ୨୦୧୮ରେ କଲରାପତରିଆ ବାଘଙ୍କ ସଂଖ୍ୟାରେ ୬୦ ପ୍ରତିଶତ ବୃଦ୍ଧି ପାଇଛି ।

୨୦୧୪ରେ ଦେଶରେ କଲରାପତରିଆ ବାଘଙ୍କ ସଂଖ୍ୟା ୭ ହଜାର ୯୧୦ । ମଧ୍ୟପ୍ରଦେଶରେ ସର୍ବାଧିକ ୩ହଜାର ୪୨୧ଟି କଲରାପତରିଆ ବାଘ ରହିଥିବା ବେଳେ କର୍ଣ୍ଣାଟକରେ ୧୭ଶହ ୮୩, ମହାରାଷ୍ଟ୍ରରେ ୧୬ଶହ ୯୦ଟି କଲରାପତରିଆ ରହିଛନ୍ତି । କଲରାପତରିଆ ବାଘ ଚିହ୍ନଟ ପାଇଁ ବୈଷୟିକ ଉପାୟରେ ୫୧ହଜାର ୩୩୭ ଫଟୋ ଉଠାଯାଇଥିବା ବେଳେ ଏଥିରେ ୫ହଜାର ୨୪୦ ବୟସ୍କ କଲରାପରତିଆ ଚିହ୍ନଟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.