ନୟାଗଡ଼ ନାବାଳିକା ହତ୍ୟା ମାମଲା: ଗିରଫ ଅଭିଯୁକ୍ତ ପକ୍‌ସୋ କୋର୍ଟରେ ହାଜର ପରେ ଗଲା ଜେଲକୁ

କେନ୍ୟୁଜ୍(ବ୍ୟୁରୋ):  ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ପକ୍‌ସୋ କୋର୍ଟରେ ହାଜର ପରେ ଜେଲକୁ ଗଲା । ତାକୁ ସାବାଳକ ଦର୍ଶାଇ ପକ୍‌ସୋ କୋର୍ଟରେ ଏସଆଇଟି ହାଜର କରିଥିଲା । କୋର୍ଟ ଏହାକୁ ଗ୍ରହଣ କରିଛନ୍ତି । ଏହାପରେ ଅଭିଯୁକ୍ତକୁ ନୟାଗଡ଼ ଜେଲକୁ ପଠାଇଦିଆଯାଇଛି । ଅଭିଯୁକ୍ତକୁ ଚାରି ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା ଏସଆଇଟି । ଆସନ୍ତାକାଲିଠାରୁ ତିନି ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ପକ୍‌ସୋ କୋର୍ଟ।

ଗିରଫ ଅଭିଯୁକ୍ତ ବିରୋଧରେ ରହିଛି ଯଥେଷ୍ଟ ତଥ୍ୟ ପ୍ରମାଣ । ଏସଆଇଟିକୁ ସମସ୍ତ ତଥ୍ୟ ଓ ପ୍ରମାଣ ମିଳିଛି । ଅଭିଯୁକ୍ତକୁ ୧୦ରୁ ଅଧିକ ଥର ପଚରାଉଚରା ହୋଇଥିଲା । ପ୍ରାଥମିକ ପର୍ଯ୍ୟାୟ ତଦନ୍ତରେ ଯୌନ ନିର୍ଯାତନା ନେଇ ମିଳିଛି ପ୍ରମାଣ । ଅଭିଯୁକ୍ତ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିବା ପରେ ତାକୁ ଗିରଫ କରିଛି ଏସଆଇଟି । ଏହି ସୂଚନା ଦେଇଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ଅଧିକ ତଦନ୍ତ ଜାରି ରହିଛି । ଯୌନ ନିର୍ଯାତନା ହତ୍ୟାର ପ୍ରମୁଖ କାରଣ ହୋଇଥିବାରୁ ଅଭିଯୁକ୍ତର କେହି ସହଯୋଗୀ ଅଛନ୍ତି ନା ଏକା ଘଟଣା ଘଟାଇଛନ୍ତି ସେନେଇ ତଦନ୍ତ ଚାଲିଛି । କୋର୍ଟଙ୍କ ନିର୍ଦ୍ଦେଶ ପରେ ଚାର୍ଜସିଟ ମଧ୍ୟ ଦାଖଲ କରାଯିବ ବୋଲି କହିଛନ୍ତି ଅରୁଣ ବୋଥ୍ରା ।

ଏହାପୂର୍ବରୁ ନୟାଗଡ଼ ମେଡିକାଲରେ ଅଭିଯୁକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ତାକୁ ଯଦୁପୁରରେ ଘରକୁ କିଛି ସମୟ ପାଇଁ ନିଆାଇଥିଲା । ଯଦୁପୁରରେ ବୋଥ୍ରା ପହଞ୍ଚି ଖପୁରୀ ମିଳିଥିବା ପୋଖରୀ ପାଖରେ ଯାଞ୍ଚ କରିଛନ୍ତି । ଯଦୁପୁର ଗାଁରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.