କାରଗିଲ ବିଜୟ ଦିବସକୁ ୨୩ ବର୍ଷ: ଦେଶ ପାଇଁ ପ୍ରାଣବଳି ଦେଇଥିବା ନିରଞ୍ଜନ ବେହେରାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବରିଷ୍ଠ ନାଗରିକ

ଚାନ୍ଦବାଲି (କେନ୍ୟୁଜ): ଆଜି କାରଗିଲ ବିଜୟ ଦିବସ । ଦେଶ ଜଣାଉଛି ସମସ୍ତ ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି । ଏହି ସହିଦ ବୀର ଯବାନଙ୍କ ଭିତରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଉତୁକୁଡା ପାଙ୍ଗୁଡା ଗାଁର ସହିଦ ନିରଞ୍ଜନ ବେହେରା ଥିଲେ ଅନ୍ୟତମ । ଆଜି କାରଗିଲ ବିଜୟ ଦିବସ ଅବସରରେ ଉତୁକୁଡା ପଂଚାୟତର ବରିଷ୍ଠ ନାଗରିକ ସହିଦ ନିରଞ୍ଜନ ବେହେରାଙ୍କ ସମାଧି ପୀଠକୁ ଯାଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ନିରଞ୍ଜନ ବେହେରାଙ୍କ ଭାଇ ମଧ୍ୟ ସମାଝଧୀ ପୀଠରେ ପୁଷ୍ପମାଲ୍ୟା ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ହେଲେ ନିରଞ୍ଜନ ବେହେରା ଦେଶ ପାଇଁ ସହୀଦ ହୋଇଥିଲେ । ତେଣୁ ପରିବାର ଲୋକଙ୍କ ସମେତ ସମସ୍ତ ଓଡିଶା ବାସୀ ବିଶେଷ କରି ବଦ୍ରକ ଜିଲ୍ଲାବାସୀ ଗର୍ବିତ ହେଲେ ଏପର୍ଯ୍ୟନ୍ତ ସହୀଦ ସୃତି ପୀଠ ଓ ସମାଧି ପୀଠର ଉନ୍ନତି କରଣ ନହେବାରୁ କ୍ଷୋଭ ପ୍ରକାଶ କରିଛନ୍ତି ସହୀଦ ନିରଞ୍ଜନ ଭାଇ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.