କଟିକଟା ସରପଞ୍ଚଙ୍କ ବିରୋଧରେ ସୋସିଆଲ ମିଡିଆରେ ଭୁଲ ତଥ୍ୟ ଦେଇଥିବା ଆଇନ୍‌ଜୀବୀଙ୍କ ନାଁରେ ଏତଲା

ଯାଜପୁର ଟାଉନ୍‌ (କେନ୍ୟୁଜ୍): ସାମାଜିକ ଗଣମାଧ୍ୟମରେ ତୃଟିପୂର୍ଣ୍ଣ ତଥ୍ୟ ଦେଇ ଗୁଜବ ସୃଷ୍ଟି କରିବା ଅଭିଯୋଗରେ ଆଇନଜୀବୀଙ୍କ ବିରୋଧରେ ଏତଲା ଦାୟର । ଯାଜପୁର ଜିଲା ମଙ୍ଗଳପୁର ଥାନା କଟିକଟା ପଞ୍ଚାୟତର ସରପଞ୍ଚ ସଞ୍ଜୁକ୍ତା ରାଣୀ ପରିଡା ବଡଚଣା ଅଂଚଳର ଉଦୟନାଥ ସାହୁଙ୍କ ବିରୋଧରେ ମାନହାନି ହୋଇଥିବା ଅଭିଯୋଗ କରିଛନ୍ତି ।

ଅଭିଯୋଗ ମୁତାବକ ନିକଟରେ କଟିକଟା ପଞ୍ଚାୟତରୁ ୨୧ ଜଣ କୋରୋନା ରୋଗୀ ଚିହ୍ନଟ ହେବା ପରେ ସରପଞ୍ଚ ନିଲମ୍ବିତ ହୋଇଥିବା ନେଇ ଉଦୟନାଥ ସାହୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ । ଯାହାକି ସମ୍ପୂର୍ଣ୍ଣ ଭୁଲ ଏବଂ ଏହି ପୋଷ୍ଟିଂ ଦ୍ୱାରା ଗୁଜବ ସୃଷ୍ଟି ହୋଇଛି ବୋଲି ଅଭିଯୋଗ କରିଛନ୍ତି ସରପଞ୍ଚ । ଏଭଳି ଭୁଲ ପୋଷ୍ଟିଂ ଯୋଗୁଁ ତାଙ୍କର ମାନ ସମ୍ମାନ ହାନି ହୋଇଥିବା ମଧ୍ୟ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଉଦୟନାଥ । ସେହି କହିଛନ୍ତି ମୁଁ ସରପଞ୍ଚ ନିଲମ୍ବିତ ହୋଇଥିବା ନେଇ ଆଶଙ୍କା ବ୍ୟକ୍ତ କରିଥିଲି । ସରପଞ୍ଚଙ୍କ କୌଣସି ସମ୍ମାନ ହାନି ଭଳି ମନ୍ତବ୍ୟ ପ୍ରଦାନ କରି ନାହିଁ ବୋଲି ସେ କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.