କେନ୍ଦ୍ରାପଡା ରସାବଳିକୁ ମିଳିଲା GI ଟ୍ୟାଗ
କେନ୍ଦ୍ରାପଡ଼ାର ରସାବଳି ହେଉଛି ଓଡ଼ିଶା ପ୍ରସିଦ୍ଧ । ଏବେ କେନ୍ଦ୍ରାପଡା ରସାବଳିକୁ ମିଳିଛି GI ଟ୍ୟାଗ । ଦୀର୍ଘ ଦିନ ଧରି ଏଥିପାଇଁ ଦାବି ହେଉଥିଲା ।
![rassabali](https://knewsodisha.com/wp-content/uploads/2023/10/rassabali.jpg)
କେନ୍ଦ୍ରାପଡ଼ାର ରସାବଳି ହେଉଛି ଓଡ଼ିଶା ପ୍ରସିଦ୍ଧ । ଏବେ କେନ୍ଦ୍ରାପଡା ରସାବଳିକୁ ମିଳିଛି GI ଟ୍ୟାଗ । ଦୀର୍ଘ ଦିନ ଧରି ଏଥିପାଇଁ ଦାବି ହେଉଥିଲା । ୨୦୨୧ରେ GI ଟ୍ୟାଗିଂ ପାଇଁ ଆବେଦନ ହୋଇଥିଲା । ପ୍ରଭୁ ଶ୍ରୀବଳଦେବ ଜିଉଙ୍କ ପ୍ରିୟ ପ୍ରସାଦ ରସାବଳି ।
ଛେନା ଓ କ୍ଷୀରରେ ରସାବଳୀ ପ୍ରସ୍ତୁତ ହୁଏ । ଏହାକୁ GI ଟ୍ୟାଗ ପାଇଁ ରସାବଳି ମିଷ୍ଟାନ ନିର୍ମାତା ସଂଘ ତରଫରୁ ଆବେଦନ ହୋଇଥିଲା । ଶ୍ରୀଜଗନ୍ନାଥ ମନ୍ଦିରରେ ପରସା ଯାଉଥିବା ୫୬ ଭୋଗରୁ ରସାବଳି ହେଉଛି ଅନ୍ୟତମ। ରସାବଳି ଓଡ଼ିଶାର କେନ୍ଦ୍ରାପଡ଼ାରୁ ଆରମ୍ଭ ହୋଇଥିବା ଗବେଷକ ମତ ଦିଅନ୍ତି ।
ଗବେଷକଙ୍କ ଅନୁଯାୟୀ ରସାବଳି ଦୀର୍ଘ ୭ଶହ ବର୍ଷର ଇତିହାସ ସହିତ ଜଡ଼ିତ । ୧୨୨୦ ଖ୍ରୀଷ୍ଟାବ୍ଦରେ କେନ୍ଦ୍ରାପଡା ସହରର ମଧ୍ୟସ୍ଥଳୀରେ ପ୍ରଭୁ ବଳଦେବଜୀଉ ବିଜେ କରିଥିଲେ । ସେହି ସମୟରୁ ତାଙ୍କ ନିକଟରେ ରସାବଳି ଭୋଗ ହେଉଛି ।
ବିଶ୍ବାସ ରହିଛି, ତୁଳସୀକ୍ଷେତ୍ରରେ ଶ୍ରୀଜୀଉ ପୂଜା ପାଇବା ଦିନଠାରୁ ଏଠାରେ ରସାବଳି ଲାଗି କରାଯାଉଛି । ରସାବଳିକୁ ଜିଆଇ ଟ୍ୟାଗ ମିଳିବା ନେଇ ଘୋଷଣା ହେବ ପରେ କେନ୍ଦ୍ରାପଡ଼ାବାସୀଙ୍କ ମନରେ ଖୁସିର ଲହର ଖେଳିଯାଇଛି ।