ଅକ୍ଟୋବର ୨୯ରୁ ପାଳନ ହେବ ମହାକାର୍ତ୍ତିକ ବ୍ରତ : ଆଜିଠାରୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ, ଶେଷ ତାରିଖ ୨୦ ଅକ୍ଟୋବର

ଶ୍ରୀକ୍ଷେତ୍ର ପୁରୀରେ ଆଗାମୀ ଅକ୍ଟୋବର ୨୯ରୁ ମହାକାର୍ତ୍ତିକ ବ୍ରତ ପାଳନ ହେବ। ପୂର୍ବବର୍ଷ ଭଳି ଏଥର ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ରହଣୀ ଓ ବ୍ରତ ପାଳନ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଶ୍ରୀକ୍ଷେତ୍ର ପୁରୀରେ ଆଗାମୀ ଅକ୍ଟୋବର ୨୯ରୁ ମହାକାର୍ତ୍ତିକ ବ୍ରତ ପାଳନ ହେବ। ପୂର୍ବବର୍ଷ ଭଳି ଏଥର ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ରହଣୀ ଓ ବ୍ରତ ପାଳନ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ବୃନ୍ଦାବତୀ ସ୍ଥାୟୀ ଶିବିର ସମେତ ମୋଚି ସାହି ଛକ, ବଗଲା ଧର୍ମଶାଳା ଆଦି ସ୍ଥାନରେ ହବିଷ୍ୟାଳିଙ୍କ ରହଣୀ ବ୍ୟବସ୍ଥା ସହ ସେଠାରେ ପ୍ରତିଦିନ ମହାପ୍ରସାଦ ସେବନ ପାଇଁ ବ୍ୟବସ୍ଥା କରାଯିବ। ହବିଷ୍ୟାଳୀଙ୍କ ପାଇଁ ପୂଜା ସାମଗ୍ରୀ, ଚଉଁରା, ଆକାଶଦୀପ, ବ୍ରାହ୍ମଣ,ବ୍ରତ ରଖିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବ ।

ଏନେଇ ଆଜିଠାରୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଉଭୟ ଅନଲାଇନ ଓ ଅଫଳାଇନ ମାଧ୍ୟମରେ ପଞ୍ଜିକରଣ ନେଇ ସ୍ୱତନ୍ତ୍ର ଫର୍ମ ରହିଛି। ବିଶେଷକରି ଅନଲାଇନ ମାଧ୍ୟମରେ ଘରେ ବସି ପରିଚୟପତ୍ର ପ୍ରଦାନ କରି ରେଜିଷ୍ଟ୍ରେସନ କରିପାରିବେ।

ଅନ୍ୟଥା ସବୁ ଜିଲ୍ଲାରେ ମଧ୍ୟ ଅଫଳାଇନ ମାଧ୍ୟମରେ ଆବେଦନ ଫର୍ମ ଦ୍ୱାରା ପଞ୍ଜିକରଣ ହୋଇପାରିବ। ପଞ୍ଜିକରଣ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ହବିଷ୍ୟାଳିଙ୍କ ସହ ଯୋଗାଯୋଗ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ନୋଡାଲ ଅଧିକାରୀ ସୂଚନା ଦେଇଛନ୍ତି। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ ଚାଲିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.