ଉନ୍ନତ ପ୍ରଣାଳୀରେ ଚାଷ କରି ବେଶ୍ ଲାଭବାନ୍ ହେଉଛନ୍ତି ଚାଷୀ

ଚାଷ ଓ ଚାଷୀର ଉନ୍ନତି ପାଇଁ ରହିଛି ଗୁଡିଏ ଯୋଜନା । ଆଉ ଏହି ଯୋଜନା ଗୁଡିକ ଏବେ ସଫଳ ହେଉଥିବା ର ଦେଖିବାକୁ ମିଳୁଛି । ଡ୍ରିପ ପ୍ରଣାଳୀରେ ଚାଷ କରି ଚାଷୀ ଏବେ ବେଶ ଲାଭବାନ ହୋଇ ପାରୁଛନ୍ତି ।

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଳକ ରେ ଗଦୁଆଁ ଗାଁ । ଏଠାକାର ଅଧିକାଂଶ ଲୋକ ଆଦିବାସୀ ଶ୍ରେଣୀର । ଲୋକେ କୁଲି ମଜୁରୀ କରି ପରିବାର ଚଳାନ୍ତି । ହେଲେ ଏବେ ଚାଷ କାର‌୍ୟ୍ୟ ସେମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିପାରିଛି । ଡ୍ରିପ ପ୍ରଣାଳୀରେ ଚାଷ କରି ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ।

ପୂର୍ବରୁ ପାରମ୍ପରିକ ପଦ୍ଧତିରେ ଚାଷ କରି ଅନେକ କ୍ଷତି ସହୁଥିଲେ ଚାଷୀ । ବିଶେଷ ଭାବେ ରୋଜଗାର ବି ହୋଇ ପାରୁନଥିଲା । ଏବେ ବୁନ୍ଦା ଜଳସେଚନ ଜରିଆରେ ଟମାଟୋ, ବାଇଗଣ, କୋବି, ଝୁଡଙ୍ଗ ଓ ଲଙ୍କା ଭଳି ବିଭିନ୍ନ ପ୍ରକାର ଚାଷ କରୁଛନ୍ତି । ପାଇପ ଯୋଗେ ଜଳ ସେଚନ କରିବା ସହ କମ ଖର୍ଚ୍ଚରେ ଅଧିକ ଲାଭବାନ ହୋଇପାରୁଛନ୍ତି ଚାଷୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.