ବିଶ୍ଵର ସବୁଠାରୁ ବଡ ରଥ ଭାବେ ଗିନିଜ ବୁକ୍ ଅଫ ୱାଲ୍ଡ ରେକର୍ଡରେ ସ୍ଥାନ ପାଇଲା କେନ୍ଦୁଝର ରଥ

କେନ୍ଦୁଝର(କେନ୍ୟୁଜ୍): ଆମ ଓଡିଶା ମହାନ୍। ଏଠିକାର ପରମ୍ପରା, ପର୍ବ ପର୍ବାଣି ନିଆରା। ତେବେ ଏଥି ମଧ୍ଯରୁ ରଥ ଯାତ୍ରା ଅନ୍ଯତ୍ତମ। ତେବେ ଚଳିତ ବର୍ଷ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଯାଇଛି ରଥ ନିର୍ମାଣ କାର୍ଯ୍ଯ। ଏହି ପରୀପେକ୍ଷିରେ କେନ୍ଦୁଝରରେ ମଧ୍ଯ ଆରମ୍ଭ ହୋଇଛି ବୃହତ ରଥର । ତେବେ ଏହି ସମୟରେ ଖୁସିର ଖବର ଆସିଛି ପହଁଚିଛି। କେନ୍ଦୁଝରର କାଠରେ ନିର୍ମିତ ରଥ ବିଶ୍ଵର ସବୁଠାରୁ ବଡ ରଥର ମାନ୍ୟତା ପାଇ ଗିନିଜ ବୁକ ଅଫ ୱାଲ୍ଡ ରେକର୍ଡରେ ସ୍ଥାନ ପାଇଛି । ଯାହାକୁ ଏକ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି ଜିଲ୍ଲାପାଳ । ସାଙ୍ଗରେ କେନ୍ଦୁଝରର ରାଜା ଓ ଅନ୍ୟମାନେ ଏଠାରେ ଉପସ୍ଥିତ ଥିଲେ ।

୪ଶହ ବର୍ଷ ରୁ ଅଧିକ ପୁରୁଣା ଏହି ରଥଯାତ୍ରା ପାଇଁ କେନ୍ଦୁଝର ଓ ଆଖପାଖ ଅଂଚଳର ଲକ୍ଷାଧିକ ଭକ୍ତ ଅନାଇବସିଥାନ୍ତି । ଏହି ରଥକୁ ବିଶ୍ବର ସର୍ବ ବୃହତ ରଥ ଭାବେ ଜାତୀୟ ଏବଂ ଆର୍ନ୍ତଜାତୀୟ ସ୍ତରର ୫ଟି ସଂସ୍ଥା ସିକୃତୀ ପ୍ରଦାନ କରିଛନ୍ତି । ଆଦିବାସୀ ପରମ୍ପରାରେ ହେଉଥିବା ଏହି ରଥଯାତ୍ରାରେ ଦେଖିବାକୁ ପ୍ରବଳ ଜନସମାଗମ ହୋଇଥାଏ ।

୭୨ଫୁଟ ଉଚ୍ଚତାର ଏହି କାଠରଥର ଓସାର ଓ ପ୍ରସ୍ତ ୪୫ ଫୁଟ । ଏଥିରେ ରହିଛି ୧୬ଟି ଚକା । ବିଶ୍ବର ସର୍ବବୃହତ ଜଗନ୍ନାଥ ରଥଭାବେ ଗ୍ଲୋବାଲ ରେକର୍ଡସ , ଏସିଆ ପାସିଫିକ ରେକର୍ଡ , ଇଣ୍ଡିଆ ନେସନାଲ ରେକର୍ଡ , ଇଣ୍ଡିଆ ବୁକ ଅଫ ରେକର୍ଡ ଏବଂ ୱାନଣ୍ଡର ବୁକ ଅଫ ରେକର୍ଡ ବହିରେ ଏହା ସ୍ଥାନ ପାଇଛି । କେନ୍ଦୁଝର ବଳଦେବଜିଉ ମନ୍ଦିରର ମୁଖ୍ୟ ଦେବତା ପ୍ରଭୁ ବଳଭଦ୍ର ହୋଇଥିଲେବି ଏହି ରଥର ନାମ ନନ୍ଦିଘୋଷ ଦିଆଯାଇଛି । ଏହି ରଥଯାତ୍ରା ସମ୍ପୂର୍ଣ୍ଣ ଆଦିବାସୀ ପରମ୍ପରା ଅନୁଯାୟୀ କରାଯାଉଥିବାବେଳେ ରଥ ଟାଣିବାକୁ ବ୍ୟବହୃତ ହେଉଥିବା ଦଉଡିକୁ ଆଦିବାସୀ ସଂପ୍ରଦାୟର ଭୂୟାଁ ମାନେ ପ୍ରସ୍ତୁତ କରିଥାନ୍ତି ।

ସିଆଡି ଲତାରେ ଏହି ଦଉଡି ପ୍ରସ୍ତୁତ ହୋଇଥାଏ । ଗତ ଅକ୍ଷୟ ତୃତିୟାରୁ ରଥ କାର୍ଯ୍ୟ ଆରମ୍ଭ ହୋଇଛି । ରଥ କାର୍ଯ୍ୟରେ ୨୦ରୁ ଊର୍ଦ୍ଧ୍ବ ମହାରଣା ଏବଂ ଶ୍ରମିକ ନିୟୋଜିତ ହୋଇ ଏହାକୁ ପ୍ରସ୍ତୁତ କରିଛନ୍ତି । ସବୁଠାରୁ ବଡ କଥା ଏହି ରଥ ଟି ଯାତ୍ରା ପରେ ଖୋଲାଯାଏ ନାହିଁ । ଏହା ସେହିପରି ବଡଦାଣ୍ଡରେ ଦଣ୍ଡାୟମାନ ହୋଇଥାଏ । ତେବେ କେନ୍ଦୁଝରର ରଥ ଗିନିଜ ବୁକ ଅଫ ୱାଲ୍ଡ ରେକର୍ଡ ରେ ସ୍ଥାନ ପାଇବା ଖବର ଶୁଣିବା ପରେ ଜିଲ୍ଲାବାସୀଙ୍କ ଖୁସି କହିଲେ ନସରେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.