ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ୭୫ ମିଟର ସୁରକ୍ଷା ଜୋନ୍‌ ମଧ୍ୟରେ ହୋଇଛି ଉଚ୍ଛେଦ କାର୍ଯ୍ୟ, ଆଜି ଖଜାପଟି ଓ ଆଚାରୀ ମଠକୁ କରାଗଲା ଉଚ୍ଛେଦ

ପୁରୀ(କେନ୍ୟୁଜ୍):ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ୭୫ ମିଟର ସୁରକ୍ଷା ଜୋନ୍‌ ମଧ୍ୟରେ ହୋଇଛି ଉଚ୍ଛେଦ କାର୍ଯ୍ୟ । ଆଜି ଖଜାପଟି ଓ ଆଚାରୀ ମଠକୁ ଉଚ୍ଛେଦ  କରାଯାଇଛି । ବହୁ ପୁରାତନ ଖଜାପଟିରେ ଦୀର୍ଘ ବର୍ଷ ଧରି ଖଜା ପ୍ରସ୍ତୁତ ଓ ବିକ୍ରି ହୋଇ ଆସୁଥିଲା । ଏଠାରେ ପ୍ରାୟ ୧୨ଟି ଖଜା ଦୋକାନ ସହ କିଛି ବ୍ୟବସାୟିକ ପ୍ରତିଷ୍ଠାନ ମଧ୍ୟ ଥିଲା । ଆଚାରୀ ମଠ ମଧ୍ୟରେ ଏହି ଖଜାପଟି ଥିଲା । ଆଚାରୀ ମଠକୁ ମଧ୍ୟ ଭଙ୍ଗା ଯାଇଛି । ହେଲେ ମଠ ଭିତରେ ଥିବା ଗାଦି ଓ ମନ୍ଦିରକୁ ଭଙ୍ଗା ଯିବ ନାହିଁ । ଏହାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ୟ କରାଯିବ । ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶଙ୍କ ନେତୃତ୍ୱରେ ଆଜି ଉଚ୍ଛେଦ କାର୍ଯ୍ୟ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.