Below header

ନ୍ୟୁଜିଲାଣ୍ଡ ସିରିଜ୍‌ରେ ଆଉ ଖେଳି ପାରିବେ ନାହିଁ ରୋହିତ ଶର୍ମା, କେବେ ଦଳକୁ ଫେରିବେ ଜଣା ନାହିଁ

ମୁମ୍ବାଇ : ଟିମ୍‌ ଇଣ୍ଡିଆକୁ ଲାଗିଲା ବଡ଼ ଝଟ୍‌କା । ଓପ୍ନର ତଥା ଉପଅଧିନାୟକ ରୋହିତ ଶର୍ମା ଚଳିତ ନ୍ୟୁଜିଲାଣ୍ଡ ସିରିଜ୍‌ରେ ଆଉ ଖେଳି ପାରିବେ ନାହିଁ । ସେ ଗତକାଲି ଚତୁର୍ଥ ଟି-୨୦ ମ୍ୟାଚ୍‌ ବେଳେ ଆହତ ହେବା ଯୋଗୁଁ ଦଳରୁ ବାଦ୍‌ ପଡ଼ିଛନ୍ତି ।
ଗତକାଲି ବ୍ୟାଟିଂ କଲା ବେଳେ ରୋହିତଙ୍କ ମାଂସପେଶୀରେ ଆଘାତ ଲାଗିଥିଲା । ସେ ରିଟାୟାର୍ଡ଼ ହର୍ଟ ହୋଇ ଓହରି ଯାଇଥିଲେ । ଆଉ ପଡ଼ିଆକୁ ଆସି ପାରିନଥିଲେ । ଏମିତିକି ଫିଲଡିଂ ବେଳେ ମଧ୍ୟ ସେ ଅନୁପସ୍ଥିତ ଥିଲେ । ତେବେ ଫର୍ମରେ ଥିବା ରୋହିତଙ୍କ ଅନୁପସ୍ଥିତି ଦଳ ଉପରେ ପ୍ରଭାବ ପକାଇବ ।
ଅନ୍ୟପଟେ ବୁଧବାର ଠାରୁ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଓ ଏହା ପରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଆରମ୍ଭ ହେବ । ତେଣୁ ଦଳରେ ରୋହିତଙ୍କ ସ୍ଥାନରେ ଆଉ ଜଣେ ଖେଳାଳିଙ୍କ ନିଆଯାଇ ପାରେ । ଏବେ ଭାରତ-ଏ ଟିମ୍‌ ମଧ୍ୟ ନ୍ୟୁଜିଲାଣ୍ଡ ଗସ୍ତରେ ଅଛି । ତେଣୁ ‘ଏ’ ଦଳରୁ ପୃଥ୍ଵୀ ସ କିମ୍ବା ଶୁଭମାନ ଗିଲ୍‌ଙ୍କୁ ସିନିୟର ଦଳରେ ସୁଯୋଗ ମିଳି ପାରେ ବୋଲି ଚର୍ଚ୍ଚା ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.