Below header

ହାଇକୋର୍ଟଙ୍କ ନିର୍ଦ୍ଦେଶ ସହ ଶ୍ରୀମନ୍ଦିର ପ୍ରଶାସନ ବୈଠକ, ଏଣିକି ସିଲ୍ ହେବ ସିଂହଦ୍ବାର ନିକଟ ଖଜା ଦୋକାନ

ପୁରୀ(କେନ୍ଯୁଜ୍) :ଶ୍ରୀମନ୍ଦିର ସିଂହଦ୍ୱାର ନିକଟ ଏମାର ମଠ ତଳେ ଥିବା ଖଜାଦୋକାନ ସିଲ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ବେଆଇନ ଭାବେ ନିର୍ମିତ ପ୍ରାୟ ୭ଟି ଖଜାଦୋକାନକୁ ସିଲ କରାଯାଇଛି । ୨୦୧୬ ଡିସେମ୍ବର ୨୩ ତାରିଖରେ ବେଆଇନ ଦର୍ଶାଇ ଏହାକୁ ସିଲ କରାଯାଇଥିଲା । ଦୀର୍ଘ ୨୦ମାସ ଧରି ଦୋକାନଗୁଡ଼ିକ ସିଲ ହେବାପରେ ସେ ସମୟରେ ତତ୍କାଳିନ ଜିଲ୍ଳାପାଳ ଅରବିନ୍ଦ ଅଗ୍ରଓ୍ଵାଲ ଦୋକାନଗୁଡ଼ିକୁ ପୁନଶ୍ଚ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ପୁଣି ମାମଲା ହେବା ପରେ ଏଗୁଡିକୁ ପୁଣି ଥରେ ସିଲ କରାଯାଇଛି ।

puri-khaja-jagannath

ଆମିକସକ୍ୟୁରୀଙ୍କ ଗସ୍ତ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ସବ୍‌ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସେବାୟତଙ୍କ ବଂଶାନୁକ୍ରମିକ ସେବା ପ୍ରଥା ଉଚ୍ଛେଦ ନେଇ ବିସ୍ତତ ଆଲୋଚନା ହୋଇଥିଲା । ମହାପ୍ରଭୁଙ୍କ ଦୈନନ୍ଦିନ ସେବା, ପ୍ରଥା ଓ ପରମ୍ପରାକୁ ଅକ୍ଷୂର୍ଣ୍ଣ କରିବା ପାଇଁ ବଂଶାନୁକ୍ରମିକ ସେବା ପ୍ରଥା ଉଚ୍ଛେଦ କରାନଯାଇ ସେବାୟତଙ୍କ ସଂଖ୍ୟ କମ୍‌ ରଖିବାକୁ ଆମିକସ୍‌କ୍ୟୁରୀଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ କହିଛନ୍ତି । ସେହିପରି ଶ୍ରୀମନ୍ଦିରରେ ଶୃଙ୍ଖଳିତ ପରିଚାଳନା ପାଇଁ ସୁପ୍ରିମକୋର୍ଟ ଦେଇଥିବା ୧୧ଟି ପ୍ରସ୍ତାବ ମଧ୍ୟରୁ ୩ଟି ପ୍ରସ୍ତାବ ଉପରେ ସହମତ ହୋଇପାରୁନଥିବାରୁ ଆମିକସ୍‌କ୍ୟୁରୀଙ୍କୁ ଶ୍ରୀମନ୍ଦୀର ପ୍ରଶାସନ ପ୍ରସ୍ତାବ ଦେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.