କାକଟପୁରରେ ଧାରଣାରୁ ଓହରିଲେ ସେବାୟତ, ତହସିଲଦାରଙ୍କ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

କାକଟପୁର(କେନ୍ଯୁଜ୍) : ତହସିଲଦାରଙ୍କ ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ ହୋଇଛି ସେବାୟତଙ୍କ ଧାରଣା। ଗତ ଦୁଇଦିନ ଧରି କାକଟପୁର ମଙ୍ଗଳା ମନ୍ଦିରର ସେବାୟତମାନେ ଧାରଣା ଦେଇଥିଲେ । ଦୁଇଦିନ ମଧ୍ୟରେ ସମସ୍ତ ଘଟଣାର ତଦନ୍ତ କରାଯାଇ ସମାଧାନ କରାଯିବା ସହ ଟ୍ରଷ୍ଟ ବୋର୍ଡର ବୈଠକ ବସିବ ବୋଲି ତହସିଲଦାର କହିଛନ୍ତି । ଅନ୍ୟପଟେ ଏହାର ସମାଧାନ ନହେଲେ ପୁଣି ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସେବାୟତ କହିଛନ୍ତି ।

ସୂଚନା ଅନୁସାରେ, ପୁରୀ ବାଲିଘାଟ ଅଞ୍ଚଳର ଏକ ପରିବାର ମାଆଙ୍କୁ ଦର୍ଶନ କରିବା ପାଇଁ ଆସିଥିଲେ । ସେମାନଙ୍କୁ କିଛି ସେବାୟତ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଏନେଇ କାକଟପୁର ଥାନାରେ ଅଭିଯୋଗ ହେବା ପରେ ୩ଜଣ ସେବାୟତଙ୍କୁ ଗିରଫ କରାଯାଇଥିଲା। ଏହାର ପ୍ରତିବାଦରେ ସେବାୟତମାନେ ମନ୍ଦିର ସମ୍ମୁଖରେ ଧାରଣା ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.