Below header

ଏସିଆ କପ୍ : ହଂକଂ ବୋଲରଙ୍କୁ ଧୁଲେଇ, ଧବନଙ୍କ ଅର୍ଦ୍ଧଶତକ

ଦୁବାଇ : ହଂକଂ ବୋଲରଙ୍କ ନିସ୍ତାର ନାହିଁ । ଆବୁଧାବିରେ ଚାଲିଥିବା ଏସିଆ କପ୍ ଟୁର୍ଣ୍ଣାମେଣ୍ଟର ଆଜି ଚତୁର୍ଥ ମ୍ୟାଚରେ ମୁକାବିଲା ହେଉଛି ଭାରତ ଓ ହଂକଂ ଭିତରେ । ଆଜିର ମ୍ୟାଚରେ ହଂକଂ ଦଳ ଟସ ଜିତି ଭାରତକୁ ବ୍ୟାଟିଂ ଦେଇଛନ୍ତି। ଓପ୍ନର ଶିଖର ଧବନ ଅର୍ଦ୍ଧଶତକ ହାସଲ କରିଛନ୍ତି । । ୨୪ ଓଭର ବେଳକୁ ଗୋଟିଏ ୱିକେଟ୍ ହରାଇ ଟିମ୍ ଇଣ୍ଡିଆ କରିଥିଲା ୧୩୧ ରନ୍ । ଧବନ ୭୦ ଓ ରାୟୁଡୁ ୩୮ ରନ୍ କରି ଖେଳୁଥିଲେ । ରାୟୁଡୁ ସତର୍କତାର ସହ ଖେଳୁଥିବା ବେଳେ ଆକ୍ରମଣାତ୍ମକ ଭଙ୍ଗୀରେ ଖେଳୁଛନ୍ତି ଧବନ । ଅଧିନାୟକ ତଥା ଓପ୍ନର ରୋହିତ ଶର୍ମା ୨୨ ବଲରେ ୨୩ ରନ୍ କରି ଆଉଟ୍ ହେବା ପରେ ଶିଖର ଧବନ ଓ ଅମ୍ବାତି ରାୟୁଡୁଙ୍କ ଯୋଡ଼ି ଆରମ୍ଭ ହୋଇଥିଲା ।

KHALEEL AHEMAD

ଭାରତ ପକ୍ଷରୁ ବାମହାତୀ ସିମର୍ ଖଲିଲ ଅହମଦ ତାଙ୍କ ପ୍ରଥମ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଖେଳୁଛନ୍ତି। ଚଳିତ ଏସିଆ କପରେ ଭାରତ ଆଜି ତାର ପ୍ରଥମ ମ୍ୟାଚ ଖେଳୁଥିବା ବେଳେ ହଂକଂର ଏହା ହେଉଛି ଦ୍ବିତୀୟ ମ୍ୟାଚ୍। ହଂକଂ ତାର ପ୍ରଥମ ମ୍ୟାଚରେ ପାକିସ୍ତାନ ଠାରୁ ଶୋଚନୀୟ ଭାବରେ ପରାସ୍ତ ହୋଇଥିଲା । ହଂକଂ ଦଳର ଅଧିନାୟକ ଅଛନ୍ତି ଓଡ଼ିଆ ପୁଅ ଅଂଶୁମାନ ରଥ । ପାକିସ୍ତାନ ଠାରୁ ପରାଜୟକୁ ସହଜରେ ଗ୍ରହଣ କରି ହେଉନାହିଁ । ତଥାପି ଟିମ୍ ଉପରେ ସେଭରସା ରଖିଛନ୍ତି ବୋଲି ଅଂଶୁମାନ କହିଛନ୍ତି ।

ସେପଟେ ଦଳକୁ ଫେରିଛନ୍ତି ପେସ୍ ବୋଲର ଭୁବନେଶ୍ବର କୁମାର । ଆହତ ହେବା ଯୋଗୁଁ ଇଂଲଣ୍ଡ ସିରିଜରୁ ସେ ବାଦ୍ ପଡ଼ିଥିଲେ । ଆଜିର ମ୍ୟାଚରୁ ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯାଇଛି । ଆସନ୍ତାକାଲଇି ପାକିସ୍ତାନ ମ୍ୟାଚରେ ତାଙ୍କୁ ଖେଳାଯିବ । ଆଜିର ମ୍ୟାଚରେ ଉଭୟ ଦୀନେଶ କାର୍ତ୍ତିକ ଓ ମହେନ୍ଦ୍ର ସିଂହ ଧୋନି ଖେଳୁଛନ୍ତି । କାର୍ତ୍ତିକ ଜଣେ ବ୍ୟାଟସମ୍ୟାନ ଭାବେ ଖେଳିବେ । ଧୋନି ୱିକେଟ କିପିଂ କରିବେ । ୨୦୦୬ ପରେ ପ୍ରଥମଥର ଭାରତ ଦୁବାଇରେ ଖେଳୁଛି । ପୂର୍ବରୁ ବିଭିନ୍ନ ବିବାଦ ଯୋଗୁଁ ବିସିସିଆଇ ଏଠାକୁ ଟିମ୍ ପଠାଉ ନଥିଲା । ବର୍ତ୍ତମାନ ଦଳ ଭିତରୁ କେବଳ ଧୋନି ହିଁ ଏକମାତ୍ର ଖେଳାଳି ଯିଏକି ଆବୁଧାବିରେ ଖେଳିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.