ନିଖୋଜ ଯୁବକର ମିଳିଲା ସନ୍ଧାନ, ମାଟି ତଳୁ ମୃତଦେହ ଉଦ୍ଧାର

ଭଞ୍ଜନଗର (କେନ୍ଯୁଜ୍) :ମାଟି ତଳୁ ଉଦ୍ଧାର ହେଲା ନିଖୋଜ ଯୁବକଙ୍କ ମୃତଦେହ । ମୃତକ ହେଉଛନ୍ତି ଗଞ୍ଜାମ ତାରାସିଂ ଥାନା ଭୋଗରା ଗାଁର ଜିତୁ ପ୍ରଧାନ । ଜିତୁଙ୍କ ମୃତ୍ୟୁକୁ ନେଇ ମୁହାଁମୁହିଁ ହୋଇଛନ୍ତି ପୋଲିସ ଓ ଆଦିବାସୀ । ମୃତ ଦେହ ରଖି ଭଞ୍ଜନଗର ଓ ଦଶପଲ୍ଲା ରାସ୍ତା ଅବରୋଧ କରିଛନ୍ତି ଲୋକେ । ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଅନ୍ୟ ଅଭିଯୁକ୍ତଙ୍କ ଗିରଫ ଦାବି କରିଛନ୍ତି । ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ପରିବାରର ଜଣଙ୍କ ଚାକିରି ଦାବି କରିଛନ୍ତି । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଗଞ୍ଜାମ ଏସ୍‌ପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

bhanjanagar

ଗତ ଅଗଷ୍ଟ ୨୮ ତାରିଖରୁ ନିଖୋଜ ଥିଲେ ଜିତୁ ପ୍ରଧାନ । ଏନେଇ ପରିବାର ଲୋକେ ତାରାସିଂ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବହୁ ଖୋଜା ଖୋଜି ପରେ ମଧ୍ୟ ଜିତୁଙ୍କ କୌଣସି ସନ୍ଧାନ ମିଳିନଥିଲା। ଫଳରେ ଶତାଧିକ ଆଦିବାସୀ ଭଂଜନଗର-ଦଶପଲ୍ଲା ରାସ୍ତା ଅବରୋଧ କରିଥିଲେ । ଗତକାଲି ସଂଧ୍ୟାରେ  ଚନ୍ଦ୍ରଗିରି ଜଙ୍ଗଲରୁ ମାଟି ତଳୁ ଜିତୁଙ୍କ ବାଇକ ଉଦ୍ଧାର କରିଥିଲା ପୋଲିସ । ଜିତୁ ଜଣେ ଏମବିଏ ଛାତ୍ର ଥିଲେ । ଘରୁ ଲକ୍ଷାଧିକ ଟଙ୍କା ନେଇ ଜଣେ ସାଙ୍ଗ ସହ ମିଶି ବ୍ୟବସାୟ କରୁଥିଲେ । ତେବେ ଭାଗ ଦେଇଥିବା ଟଙ୍କା ମାଗିବାରୁ ସହଯୋଗୀମାନେ ଏଭଳି କାଣ୍ଡ ଘଟାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.