ବହୁଚର୍ଚ୍ଚିତ ଖଣ୍ଡଗିରି ଟ୍ରିପଲ ମର୍ଡର ଘଟଣା: ଅଭିଯୁକ୍ତ ଫାର୍ମାସିଷ୍ଟକୁ ଆଜୀବନ ଜେଲ

ଭୁବନେଶ୍ୱର ଖଣ୍ଡଗିରି ୨୦୧୪ରେ ଟ୍ରିପଲ ମର୍ଡର ଘଟଣା । ୧୦ ବର୍ଷ ପରେ ଆସିଲା ରାୟ । ଅଭିଯୁକ୍ତ ଫାର୍ମାସିଷ୍ଟ ସ୍ନେହ ସ୍ବାକ୍ଷର ସାମଲକୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଭୁବନେଶ୍ବର ଏଡିଜେ-1 କୋର୍ଟ ।

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ଖଣ୍ଡଗିରି ୨୦୧୪ରେ ଟ୍ରିପଲ ମର୍ଡର ଘଟଣା । ୧୦ ବର୍ଷ ପରେ ଆସିଲା ରାୟ । ଅଭିଯୁକ୍ତ ଫାର୍ମାସିଷ୍ଟ ସ୍ନେହ ସ୍ବାକ୍ଷର ସାମଲକୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଭୁବନେଶ୍ବର ଏଡିଜେ-1 କୋର୍ଟ ।

୨୦୧୪ ଅକ୍ଟୋବର ୧୪ ତାରିଖରେ ଡାକ୍ତର ଅତୁଲ୍ୟ କୁମାର ମେହେରଙ୍କ ଘରେ ପଶି ତିନି ଜଣଙ୍କୁ ହତ୍ୟା କରିଥିଲା ଶ୍ରେୟ ସ୍ୱାକ୍ଷର ସାମଲ । ଡାକ୍ତର ଅତୁଲ୍ୟଙ୍କ ସମେତ କେୟାର ଟେକର ଓ ତାଙ୍କ ପୁଅଙ୍କୁ ହତ୍ୟା କରାଯାଇଥିଲା । ପୂର୍ବ ଶତ୍ରୁତାକୁ ନେଇ ଅତି ବୀଭତ୍ସ ଭାବେ ଏହି ୩ ଜଣଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ । ତେବେ ହତ୍ୟା ଘଟଣା ସେତେବେଳେ ରାଜଧାନୀରେ ଖୁବ୍ ଚାଂଚଲ୍ୟ ଖେଳାଇଥିଲା । ୧୦ ବର୍ଷ ପର ଅର୍ଥାତ୍ ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି । ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.