ଯୁବରାଜ ସିଂଙ୍କ ଘରୁ ୭୫ ହଜାର ଟଙ୍କା ଓ ଅଳଙ୍କାର ଚୋରି, ୨ ଜଣଙ୍କ ନାଁରେ ପୋଲିସରେ ଏତଲା ଦେଲେ ମା’ ଶବନମ୍‌ 

ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂଙ୍କ ଘରୁ ଚୋରି ହୋଇଛି । ହରିୟାଣାର ପଞ୍ଚକୁଲାର ସେକ୍ଟର-୪ ଏମ୍‌ଡିସିସ୍ଥିତ କ୍ରିକେଟରଙ୍କ ଘରୁ ନଗଦ ୭୫ ହଜାର ଟଙ୍କା ଏବଂ ଅଳଙ୍କାର ଚୋରି ହୋଇଥିବା ପୋଲିସରେ ଅଭିଯୋଗ ହୋଇଛି ।

ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂଙ୍କ ଘରୁ ଚୋରି ହୋଇଛି । ହରିୟାଣାର ପଞ୍ଚକୁଲାର ସେକ୍ଟର-୪ ଏମ୍‌ଡିସିସ୍ଥିତ କ୍ରିକେଟରଙ୍କ ଘରୁ ନଗଦ ୭୫ ହଜାର ଟଙ୍କା ଏବଂ ଅଳଙ୍କାର ଚୋରି ହୋଇଥିବା ପୋଲିସରେ ଅଭିଯୋଗ ହୋଇଛି । ଯୁବରାଜଙ୍କ ମା’ ଏ ନେଇ ଘରୋଇ ସହାୟକ ଓ ସହାୟିକାଙ୍କ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ପୋଲିସ ସୂଚନା ମୁତାବକ, ଯୁବରାଜ ସିଂଙ୍କ ମା’ ଶବନମ୍‌ ସିଂ ଅଭିଯୋଗରେ ଦର୍ଶାଇଛନ୍ତି ଯେ ସେ ନିଜ ଘରର ସଫାସୁତରା ପାଇଁ ଜଣେ ଘରୋଇ ସହାୟିକା ଏବଂ ଖାଦ୍ୟ ତିଆରି ପାଇଁ ଅନ୍ୟ ଜଣେ ସହାୟକଙ୍କୁ ରଖିଥିଲେ । ୨୦୨୩ ସେପ୍ଟେମ୍ବରରେ ସେ ଗୁରୁଗ୍ରାମସ୍ଥିତ ନିଜ ଘରକୁ ଯାଇଥିଲେ । ଅକ୍ଟୋବର ୫ରେ ଯେତେବେଳେ ପଞ୍ଚକୁଲା ଫେରିଥିଲେ, ତ ଘରର ପ୍ରଥମ ମହଲାରେ ଥିବା ତାଙ୍କ କୋଠରୀର ଆଲମିରାରୁ କିଛି ଅଳଙ୍କାର ଏବଂ ନଗଦ ୭୫ ହଜାର ଟଙ୍କା ଗାଏବ ଥିବା ଦେଖିବାକୁ ପାଇଥିଲେ ।

ଏହାପରେ ସେ ଚାରିଆଡ଼େ ଖୋଜାଖୋଜି କରିଥିଲେ ମଧ୍ୟ କେଉଁଠୁ କିଛି ପାଇ ନ ଥିଲେ । ଶବନମ୍‌ କହିଛନ୍ତି ଯେ ଦୁଇ ଜଣ ଘରୋଇ ସହାୟକ ୨୦୨୩ ଦୀପାବଳି ସମୟରେ ଚାକିରି ଛାଡ଼ି ପଳାଇଥିଲେ । ଏହାପରେ ସେ ଚୋରି ନେଇ ସେମାନଙ୍କ ଉପରେ ସନ୍ଦେହ ପ୍ରକାଶ କରିଥିଲେ । ଉଭୟ ଆଲମିରାରୁ ଚାବି କାଢ଼ି ଟଙ୍କାପଇସା ଏବଂ ଅଳଙ୍କାର ଚୋରି କରି ନେଇଥିବା ଅଭିଯୋଗରେ ଉଲ୍ଲେଖ କରାଯାଇଛି ।

ସେପଟେ ପୋଲିସ କହିଛି, ମାମଲାର ତଦନ୍ତ କରାଯାଉଛି । ଏହାକୁ ଆଧାର କରି ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.