Below header

ଅପହରଣ ଓ ପରେ ହତ୍ୟା! ବିଚ୍‌ ରାସ୍ତାରେ ଯୁବକଙ୍କ ମୃତଦେହ ଫିଙ୍ଗି ଚାଲିଗଲେ ଦୁର୍ବୃତ୍ତ

ସମ୍ବଲପୁର(କେନ୍ୟୁଜ୍): ଯୁବକଙ୍କୁ ଅପହରଣ ଓ ପରେ ହତ୍ୟା । ବିଚ୍‌ ସଡ଼କରେ ଜଣେ ଯୁବକଙ୍କ ମୃତଦେହ ଫିଙ୍ଗି ଦେଇ ଚାଲିଗଲେ ଦୁର୍ବୃତ୍ତ । ସ୍ପଷ୍ଟ ଦିବା ଆଲୋକରେ ବୁର୍ଲା ପୋଲିସକୁ ଅପରାଧୀଙ୍କ ଓପନ ଚ୍ୟାଲେଞ୍ଜ । ଯୁବକଙ୍କୁ ଅପହରଣ ପରେ ଅନ୍ୟ ସ୍ଥାନରେ ନିର୍ଦ୍ଧୁମ ମାଡ଼ ମାରି ଲହୁଲୁହାଣ କରିଥିବା ଜଣାପଡିଛି । ପ୍ରାୟ ସକାଳ ୮ଟା ବେଳକୁ ବୁର୍ଲା ଥାନା ସମ୍ମୁଖ ପେଟ୍ରୋଲ ପମ୍ପରେ ଯୁବକଙ୍କ ଉଲଗ୍ନ ମୃତଦେହ ଫିଙ୍ଗି ଚାଲିଗଲେ ।

କେହି କିଛି ଜାଣିବା ପୂର୍ବରୁ ଦ୍ରୁତଗତିରେ ଗାଡି ଧରି ଫେରାର ହୋଇଥିଲେ ଦୁର୍ବତ୍ତ । ମୃତ ଯୁବକ ସମ୍ବଲପୁର ବିଶ୍ୱବିଦ୍ୟାଳୟ ନିକଟ ବସନ୍ତବିହାର ଅଞ୍ଚଳର ରାମ ମେହେର । ତାଙ୍କ ଉଭୟ ଗୋଡରେ ଗଭୀର ଆଘାତ ଲାଗିଛି । ଡାହାଣ ଗୋଡର ସମସ୍ତ ନଖଗୁଡିକ ବାହାର କରିଦିଆଯାଇଛି । ବୁର୍ଲା ପୋଲିସ ଏନେଇ ଅଧିକ ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.