କିଟ୍‌ ନହ୍ନିପରୀ ଲିଟିଲ୍‌ ମିସ୍‌ ଇଣ୍ଡିଆ ୨୦୧୯ ପ୍ରତିଯୋଗିତା, ନଭେମ୍ବର ୩ରେ ଭୁବନେଶ୍ୱରରେ ଓଡ଼ିଶା ପାଇଁ ଆଞ୍ଚଳିକ ଅଡିସନ୍‌

ଭୁବନେଶ୍ବର(କେନ୍ୟୁଜ୍):   କିଟ୍‌ ନହ୍ନିପରୀ ଲିଟିଲ୍‌ ମିସ୍‌ ଇଣ୍ଡିଆ ୨୦୧୯ ପ୍ରତିଯୋଗିତାର ଆଞ୍ଚଳିକ ଅଡିସନ୍‌ ଦେଶର ବିଭିନ୍ନ ସହରରେ ଆରମ୍ଭ ହୋଇଥିବା ବେଳେ ନଭେମ୍ବର ୩ରେ ଭୁବନେଶ୍ୱରରେ ଓଡ଼ିଶା ପାଇଁ ଆଞ୍ଚଳିକ ଅଡିସନ୍‌ ଅନୁଷ୍ଠିତ ହେବ । ପୂର୍ବବର୍ଷ ପରି ଚଳିତ ବର୍ଷ ମଧ୍ୟ କିଟ୍‌ ପରିସରରେ ଅନୁଷ୍ଠିତ ହେବାକୁ ଥିବା ଏହି ଅଡିସନ୍‌ରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ବହୁ ପ୍ରତିଯୋଗୀ ଅଂଶଗ୍ରହଣ କରିବେ । କିଟ୍‌ ନହ୍ନିପରୀ ବିଜେତାଙ୍କ ପାଇଁ ୨୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖାଯାଇଥିବା ବେଳେ ତାଙ୍କୁ ମୋଟ ଆର୍ଥିକ ପୁରସ୍କାର ରାଶିରୁ ୩ ଲକ୍ଷ ଟଙ୍କା ନଗଦ ଅର୍ଥରାଶି ପୁରସ୍କାର ଆକାରରେ ପ୍ରଦାନ କରାଯିବ । ଏହା ବାଦ୍‌ କିଟରେ ପାଠ ପଢିଲେ ଶହେ ପ୍ରତିଶତ ଫି ଛାଡ଼ ଅର୍ଥାତ୍‌ ସର୍ବାଧିକ ୧୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫି ଛାଡ଼ର ବ୍ୟବସ୍ଥା ରହିଛି ।

ସେହିପରି ପ୍ରଥମ ରନର୍ସ ଅପ୍‌ ପାଇଁ ୧୦ ଲକ୍ଷ ଟଙ୍କା ଓ ଦ୍ୱିତୀୟ ରନର୍ସ ଅପ୍‌ ପାଇଁ ୯ ଲକ୍ଷ ୫୦ ହଜାର ଟଙ୍କାର ପୁରସ୍କାର ବ୍ୟବସ୍ଥା ରହିଛି । ପ୍ରଥମ ରନର୍ସ ଅପ୍‌ଙ୍କୁ ନଗଦ ୧ ଲକ୍ଷ ଟଙ୍କା ଅର୍ଥରାଶି ପ୍ରଦାନ କରାଯିବା ସହ କିଟରେ ପାଠ ପଢିଲେ ୫୦ ପ୍ରତିଶତ ଫି ଛାଡ଼ ଅର୍ଥାତ୍‌ ସର୍ବାଧିକ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫି ଛାଡ଼ର ବ୍ୟବସ୍ଥା ରହିଛି । ସେହିପରି ଦ୍ୱିତୀୟ ରନର୍ସ ଅପ୍‌ ପାଇଁ ୫୦ ହଜାର ଟଙ୍କା ଅର୍ଥରାଶି ଓ ୫୦ ପ୍ରତିଶତ ଫି ଛାଡ଼ ଅର୍ଥାତ୍‌ ସର୍ବାଧିକ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ପ୍ରଦାନ କରାଯିବ । ସେହିପରି ପ୍ରତିଯୋଗିତାର ଅନ୍ୟାନ୍ୟ ବର୍ଗ ମିସ୍‌ ରାପୁଞ୍ଜେଲ୍‌, ମିସ୍‌ ଫଟୋଜେନିକ୍‌, ମିସ୍‌ ସେଲ୍‌ଫି, ମିସ୍‌ ଫେସନ୍‌ ଗାର୍ଲ, ମିସ୍‌ ୱିଜ୍‌କିଡ୍‌, ମିସ୍‌ ସିଣ୍ଡ୍ରେଲା, ମିସ୍‌ କ୍ୟାଟ୍‌ୱାର୍କ, ମିସ୍‌ ମୋନାଲିସା ଏବଂ ମିସ୍‌ ଆକଟିଭ୍‌ ଆଦିରେ ମଧ୍ୟ ଅର୍ଥରାଶି ପୁରସ୍କାର ବ୍ୟବସ୍ଥା ରହିଛି । ୨୦୦୧ରେ କେନ୍ଦୁଝରରୁ ଆରମ୍ଭ ହୋଇଥିବା କିଟ୍‌ ନହ୍ନିପରୀ ଏବେ ସମଗ୍ର ଦେଶରେ କୁନି ସୁନ୍ଦରୀ ପ୍ରତିଯୋଗିତା ଭାବେ ବେସ୍‌ ପ୍ରସିଦ୍ଧି ଲାଭ କରିଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.