କିଟ୍‌ ଛାତ୍ରୀ ରେବତୀ ମହାନ୍ତିଙ୍କ କମାଲ୍: ଟିଆରା ମିସ୍‌ ଓଡିଶା ୨୦୨୧ ବିୟୁଟି ପାଜେଣ୍ଟ୍‌ରେ ଅଧିକାର କଲେ ପ୍ରଥମ ସ୍ଥାନ

ଭୁବନେଶ୍ୱର: ଟିଆରା ମିସ୍‌ ଓଡିଶା ୨୦୨୧ ବିୟୁଟି ପାଜେଣ୍ଟ୍‌ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଭୁବନେଶ୍ୱରର କିଟ୍‌ ଫ୍ୟାସନ ଟେକ୍‌ନୋଲୋଜିର ଛାତ୍ରୀ ରେବତୀ ମହାନ୍ତି । ଗତବର୍ଷ ସେ ଯୁକ୍ତ ଦୁଇ ପାସ କରିବା ପରେ ଏବେ କିଟ୍‌ରେ ପାଠ ପଢୁଛନ୍ତି । ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ସେ ନିଜ ବଡ ଭଉଣୀ ଓ ମାଆଙ୍କଠାରୁ ପ୍ରେରଣା ପାଇଥିବା କହିଛନ୍ତି ।

ପୂର୍ବରୁ ଏଭଳି ପ୍ରତିଯୋଗିତାକୁ ବହୁତ ଡରୁଥିଲେ। କିନ୍ତୁ ମାଆ ଓ ଭଉଣୀଙ୍କ ସାହାଯ୍ୟ ଆଜି ତାଙ୍କୁ ଏହି ସ୍ଥାନରେ ପହଞ୍ଚାଇଥିବା ରେବତୀ କହିଛନ୍ତି। ଗତ ମାର୍ଚ୍ଚ ୨୮ ତାରିଖରେ ହୋଇଥିଲା ଏହି ପ୍ରତିଯୋଗିତା। ଏହି ପ୍ରତିଯୋଗିତାରେ ସେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଆଗାମୀ ଦିନରେ ଟିଆରା ମିସ୍‌ ଇଣ୍ଡିଆ ୨୦୨୧ରେ ରେବତୀ ଓଡିଶାକୁ ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି।

ଏଥି ପାଇଁ ସେ ଗର୍ବିତ ଅନୁଭବ କରୁଛନ୍ତି । ଆସନ୍ତା ଜୁନ୍‌ ମାସରେ ମୁମ୍ବାଇଠାରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। କିନ୍ତୁ କୋଭିଡ୍‌ର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ସେହି ପ୍ରତିଯୋଗିତା ଘୁଞ୍ଚାଯିବା ସମ୍ଭାବନା ରହିଛି। ଏବେ ସେ ପାଠପଢା ସହ ପ୍ରତିଯୋଗିତା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ଏହା ସହ ସେ କିଟ୍‌ର ଛାତ୍ରୀ ହୋଇଥିବାରୁ ମଧ୍ୟ ନିଜକୁ ଧନ୍ୟ ମନେ କରୁଛନ୍ତିା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.