Below header

ପଥରରେ ଛେଚି ମହିଳାଙ୍କୁ ହତ୍ୟା, ଖଲ୍ଲିକୋଟ ଥାନା ପୋଲିସର ତଦନ୍ତ ଆରମ୍ଭ

ଗଞ୍ଜାମ(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ବଡଘାଟିରେ ନିକଟରେ ଜଣେ ମହିଳାଙ୍କୁ ପଥରରେ ଛେଚି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମହିଳା ଜଣଙ୍କ ମୁଣ୍ଡରେ ପଥର ଛେଚି ହତ୍ୟା କରିଥିବା ଜଣାପଡିଛି। ତେବେ ମହିଳାଙ୍କ ପରିଚୟ ମିଳିପାରିନାହିଁ।

ଆଜି ସକାଳୁ ସ୍ଥାନୀୟ ଲୋକେ ମୃତଦେହ ପଡିଥିବା ଦେଖିବା ପରେ ଖଲ୍ଲିକୋଟ ଥାନା ପୋଲିସକୁ ଖବର ଦେଇଥିଲେ । ଖଲ୍ଲିକୋଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହା ସହ ଜିଲ୍ଲାର ସମସ୍ତ ଥାନାକୁ ଏନେଇ ଖବର ଦେଇଥିବା ବେଳେ କେଉଁ ଥାନାରେ ନିଖୋଜ ଖବର ରହିଛି ତାହାକୁ ଆଧାର କରି ତଦନ୍ତ ଜାରି ରଖିଛି । ତେବେ ମହିଳାଙ୍କ ପରିୟ ମିଳିବା ପରେ ହିଁ ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.