ଶିକ୍ଷା ଓ ଗବେଷଣା ଦିଗରେ ଏକାଠି କାମ କରିବେ କିସ୍‌ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ସ୍ୱାକ୍ଷରିତ ହେଲା MOU

ଭୁବନେଶ୍ବର(କେନ୍ଯୁଜ୍): ଶିକ୍ଷା ଓ ଗବେଷଣା ଦିଗରେ କିସ୍‌ ବିଶ୍ୱବିଦ୍ୟାଳୟ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ମିଳିତ ଭାବେ କାର୍ଯ୍ୟ କରିବେ। ଏନେଇ କିସ୍‌ ବିଶ୍ୱବିଦ୍ୟାଳୟ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ବିଭାଗ ମଧ୍ୟରେ ଏକ ବୁଝାମଣା ବୁଧବାର ନୂଆଦିଲ୍ଲୀଠାରେ ସ୍ୱାକ୍ଷରିତ ହୋଇଛି।

କିସ୍‌ ବିଶ୍ୱବିଦ୍ୟାଳୟ ତରଫରୁ କୁଳପତି ପ୍ରଫେସର ଦୀପକ ବେହେରା ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ପି. ସି. ଯୋଶୀ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ। କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଏହି ବୁଝାମଣା ଦ୍ୱାରା ଉଭୟ ବିଶ୍ୱବିଦ୍ୟାଳୟ ଶିକ୍ଷା ଓ ଗବେଷଣା ଦିଗରେ ନୂତନ ଦିଗ ସୃଷ୍ଟି କରିବ ବୋଲି ଶ୍ରୀ ସାମନ୍ତ କହିଥିଲେ। କାର୍ଯ୍ୟକ୍ରମରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କୁଳସଚିବ ଡ. ବିକାଶ ଗୁପ୍ତା, ନୃତତ୍ତ୍ୱ ବିଭାଗ ମୁଖ୍ୟ ପ୍ରଫେସର ଏମ୍‌ପି ସଚ୍ଚଦେବା ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.