ପାଣିରେ ଉବୁଟୁବ ହୋଇଥିଲା କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ପିପି ସେଣ୍ଟର, କିନ୍ତୁ ସଚିବଙ୍କ ନଜର ପଡିନଥିବାରୁ ମେଡିକାଲ ଷ୍ଟାଫଙ୍କ ମିଳିଲା ଆଶ୍ୱସ୍ତି, ଭିଡିଓ ହେଲା ଭାଇରାଲ

କେନ୍ଦୁଝର(କେନ୍ୟୁଜ୍): ସୁନ୍ଦରଗଡ଼ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଇଥିଲେ ଭି.କେ.ପାଣ୍ଡିଆନ୍। ଗସ୍ତ ସମୟରେ ପ୍ରବଳ ବର୍ଷା ହୋଇଥିଲା। ପ୍ରସୂତି ବିଭାଗର ପିପି ସେଣ୍ଟରରେ ପାଣି ଜମି ରହିଥିଲା। କାଳେ ଫାଇଭ ଟି ସଚିବଙ୍କ ନଜର ଏହା ଉପରେ ପଡିବଯିବ। ଯାହାକୁ ନେଇ ମେଡିକାଲ ଷ୍ଟାଫଙ୍କ ମନରେ ଚିନ୍ତା ପସିଥିଲା। କିନ୍ତୁ ଅନ୍ୟ ରାସ୍ତାରେ ମେଡିକାଲକୁ ଯାଇଥିବାରୁ ଏହା ଉପରେ ନଜର ପଡିନଥିଲା। ଆଶ୍ୱସ୍ତ ହୋଇଥିଲେ ମେଡିକାଲ ଷ୍ଟାଫ୍। ପିପି ସେଣ୍ଟରରେ ପାଣି ଯମିଥିବାରୁ ଜଣେ ଡାକ୍ତରାଣୀ ରେଲିଂ ଉପର ଦେଇ ରାସ୍ତାକୁ ଆସିଥିବାର ଦେଖିବାକୁ ମିଳିଥିଲା।