Below header

ବର୍ବରତାର ସୀମା ପାରକରିଗଲେ ଦିବ୍ୟାଙ୍ଗ ବ୍ୟକ୍ତି, ଶବ ସହ କଲେ ଦୁଷ୍କର୍ମ

ଉତ୍ତରପ୍ରଦେଶ: ବର୍ବରତାର ସବୁ ସୀମା ପାରକରିଦେଲେ ଦିବ୍ୟାଙ୍ଗ ବ୍ୟକ୍ତି। କାମନା ଲାଳସା ପାଇଁ ପାଲଟି ଗଲେ ନର ପିଶାଚ। ଜନ୍ମରୁ ଦିବ୍ୟାଙ୍ଗ ହୋଇ ଜନ୍ମ ନେଇଥିବା ବ୍ୟକ୍ତି ଯେ ଏତେ ମାରତ୍ମକ ହୋଇପାରେ ତାହା କେହି କେବେ ବିଶ୍ବାସ କରିପରିବେ ନାହିଁ। କାରଣ ସେହି ଦିବ୍ୟାଙ୍ଗ ବ୍ୟକ୍ତି ଯେଉଁ କାଣ୍ଡ କରିଛନ୍ତି ହୁଏତ ଭଲ ମଣିଷଟି ତାହ କରିବାକୁ ୧୦୦ ଥର ଭାବିବାକୁ ବାଧ୍ୟ ହେବ। ଘଟଣାଟି ଘଟିଛି ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖିରି ଜିଲ୍ଳାରେ। ଯେଉଁଠାରେ ଜଣେ ମୁକ ବଧିର ବ୍ୟକ୍ତି ଜଣେ ମହିଳାଙ୍କୁ ହତ୍ୟାକରି ତାଙ୍କ ସହିତ ଦଷ୍କର୍ମ କରିଥିଲା। ଥାନା ଅଧିକାରୀ ପୁନମଙ୍କ କହିବା ମୁତାବକ ହାଇଦ୍ରାବାଦ ଥାନା ଅଞ୍ଚଳର ଏକ ଗାଁର କ୍ଷେତରେ ଗତ ୧୧ ତାରିଖ ଦିନ ଜଣେ ମହିଳାଙ୍କ  ଅର୍ଦ୍ଧନଗ୍ନ ମରଶରୀର ଉଦ୍ଧାର କରାଯାଇଥିଲା। ଏହି ଘଟଣାର ପୋଷ୍ଟମର୍ଟମ ଓ ଯାଞ୍ଚପରେ ଯେଉଁ ସତ୍ୟ ସାମ୍ନାକୁ ଆସିଲା ତାହ ସମସ୍ତଙ୍କୁ ଚକିତ କରିଦେଇଥିଲା। କାରଣ  ଏହି  ହତ୍ୟାକଣ୍ଡ ଗଙ୍ଗାରାମ ନାମକ ଜଣେ ମୁକ ବଧିର ବ୍ୟାକ୍ତି ହିଁ  ଘଟାଇଥିଲା । ଯାହା ପଛର ମୁଖ୍ୟ କାରଣ ଥିଲା ନିଜର କାମନା ବାସନା ଚରିତାର୍ଥ କରିବା।

ଏହା ସହ ପଢନ୍ତୁ: ଜାଣନ୍ତୁ ୧୦ଟି ଅନ୍ଧବିଶ୍ୱାସ ସମ୍ପର୍କରେ, ଯାହା ଉପରେ ସାରା ପୃଥିବୀବାସୀ ବିଶ୍ୱାସ କରିଥାନ୍ତି

ପୋଲିସର କହିବା ମୁତାବକ ପୋଷ୍ଟମଟର୍ମ ରିପୋର୍ଟରେ ଯେଉଁ ସତ୍ୟତା ସାମ୍ନକୁ ଆସିଥିଲା ତାହାକୁ ଅଧାର କରି ଅନୁସନ୍ଧାନ ଗତିଶୀଳ ହେଲା। ରିପୋର୍ଟରେ ଆସିଥିଲା ଯେ ମହିଳାଙ୍କର ବେକ ଚିପା ଯାଇ ହତ୍ୟା କରିବା ପରେ ତାଙ୍କ ସହିତ ଦୁଷ୍କର୍ମ କରାଯାଇଥିଲା ଯାହା  ଆତି ନିର୍ମମ ଓ ପାସବିକ ଆଚରଣ ସହ ସମାନ ଥିଲା। ପରେ ପୋଲିସ ଗଙ୍ଗାରାମକୁ ନିଜ ହେପାଜତକୁ ନେଇ ଜଣେ ମୁକ ବଧିର ବିଶେଷଜ୍ଞଙ୍କ ଦ୍ବାରା ପଚରା ଉଚରା କରିଥିଲା। ବିଶେଷଜ୍ଞଙ୍କ ସହ ସାଙ୍କେତିକ ଭାଷାରେ କଥା ହେବା ପରେ ଗଙ୍ଗାରାମ ମହିଳାଙ୍କୁ କିପରି ମାରିଛି ସବୁ ମାନି ଯାଇଥିଲା।   ମହିଳା ଜଣକ ଯେବେ ବ୍ୟାଙ୍କରୁ ଟଙ୍କା ଉଠାଇ ବିଲ ରାସ୍ତାରେ  ଘରକୁ ଫେରୁଥିଲେ । ସେତେବେଳେ  ବିଲରେ କାମ କରୁଥିବା ଗଙ୍କାରାମ ତାଙ୍କୁ ଏକାକୀ ପାଇ ସେଠାରେ ତାଙ୍କର ଗଳାରେ ଶଢୀ କାନି ଗୁଡାଇ ଚିପିଦେଇଥିଲା। ପରେ ମର ଶରୀର ସହ ନିଜର ପଶୁ ପ୍ରକୃତିକୁ ଚରିତାର୍ଥ କରିଥିଲା। ଏହି ଘଟଣା ପରେ ଗଙ୍ଗାରାମ ଉପରେ  ହତ୍ୟା ଓ ବଳତ୍କାର ଭଳି ସଙ୍ଗୀନ ଅଭିଯୋଗରେ କେସ ରୁଜୁ କରାଯାଇଥିବାର ପୋଲିସ ଅଧିକାରୀ କହିଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.