ମୋହନା: ଜୁଆ  ଆଡ୍ଡା ଉପରେ ଚଢାଉ ୩୯ ଗିରଫ

ମୋହନା(କେନ୍ୟୁଜ୍): ଗଜପତି ଜିଲ୍ଲା ମୋହନା ପୋଲିସ ସ୍ଥାନୀୟ  ପାଣ୍ଡା ଛକ ଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢାଉ କରି ୩୯ ଜଣ ଜୁଆଡିଙ୍କୁ ଗିରଫ କାରିଛି । ଜିଲ୍ଲା ଆରକ୍ଷୀ  ଅଧିକ୍ଷକ ସାରା ଶର୍ମାଙ୍କ  ନିର୍ଦ୍ଦେଶରେ ଏହି ଚଢାଉ ହୋଇଥିବା ଆଇଆଇସି ସୂଚନା ଦେଇଛନ୍ତି। କୁମାର ପୂର୍ଣ୍ଣିମା ଅବସରରେ  ପାଣ୍ଡା ଛକ ସ୍ଥିତ କୋଠ ଘରେ ଖେଳ ଚାଲିଥିଲା। ଜୁଆ ଆଡ୍ଡାରୁ୨ ଲକ୍ଷ ୨ ଶହ ୩୦ ଟଙ୍କା ସହ ୨୯ଟି ମୋବାଇଲ ମଧ୍ୟ ଜବତ ହୋଇଛି। ଗିରଫ ମାନଙ୍କୁ ଆସନ୍ତା କାଲି କୋର୍ଟ ଚାଲଣ କରାଯିବ ବୋଲି ଆଇଆଇସି ସୂଚନା ଦେଇଛନ୍ତି।

gambler seized

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.